ପନିର ଖାଇ କମାନ୍ତୁ ଓଜନ, ଜାଣନ୍ତୁ କିପରି ଖାଇବେ

୧୦୦ ଗ୍ରାମ ପନିରରେ ପାଖାପାଖି ୧୧ ଗ୍ରାମର ପ୍ରୋଟିନ ରହିଥାଏ । ଓଜନ କମାଇବା ପାଇଁ ଚାହୁଁଥିବା ଲୋକମାନେ ନିଜ ଫୁଡ ଡାଏଟରେ ଭରପୁର ମାତ୍ରାରେ ପନିର ସାମିଲ କରିବା ଉଚିତ । ପନିର ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟରେ ରହିଥାଏ ଏହା ଦ୍ୱାରା ଭୋକ ଲାଗି ନଥାଏ ଏବଂ ଆପଣ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ପାଇଁ ଆଗ୍ରହ କରିବେ ନାହିଁ । ଏହା ଦ୍ୱାରା ଆପଣଙ୍କ ଓଜନ ହ୍ରାସ ପାଇବ ।

ଅନେକ ଲୋକଙ୍କୁ ଓଜନ କମାଇବା ସବୁଠାରୁ କଷ୍ଟ କାମ ଲାଗିଥାଏ । କିନ୍ତୁ ଆପଣ ଯଦି ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବେ ତେବେ ଆପଣଙ୍କ ଓଜନ ନିୟନ୍ତ୍ରଣରେ ରହିବ । ସେହିପରି ଅନେକ ଲୋକଙ୍କୁ ଡାଏଟ ମ୍ୟାନେଜ କରିବାର ଉପାୟ ଜଣା ନଥାଏ । ଅଳ୍ପ ତେଲ ଯୁକ୍ତ ଖାଦ୍ୟ କିମ୍ବା ଫ୍ରାଏ ଫୁଡ ଖାଇବା ଦ୍ୱାରା ଓଜନରେ କୌଣସି ପ୍ରଭାବ ପଡ଼େ ନାହିଁ ବୋଲି ସେମାନେ ଭାବିଥାନ୍ତି । କିନ୍ତୁ ଏହି ଖାଦ୍ୟ ଓଜନ ଉପରେ ଗଭୀର ପ୍ରଭାବ ପକାଇଥାଏ । ଓଜନ କମାଇବାକୁ ଚାହୁଁଥିଲେ ନିଜ ଡାଏଟ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ । କିନ୍ତୁ ଆପଣ ଜାଣିଛନ୍ତି କି ପନିର ଦ୍ୱାରା ଆପଣ ନିଜ ଓଜନ ହ୍ରାସ କରିପାରିବେ ।

ଓଜନ କମାଇବା ପାଇଁ ଫଳ ଏବଂ ସବୁଜ ପନିପରିବା ଅଧିକରୁ ଅଧିକ ଖାଇବା ଉଚିତ, ଏହା ତ ସମସ୍ତେ ଜାଣନ୍ତି । କିନ୍ତୁ ଓଜନ ହ୍ରାସ କରିବାରେ ପନିର ମଧ୍ୟ ସାହାଯ୍ୟ କରିଥାଏ । ଅନେକ ଲୋକଙ୍କୁ ଲାଗିଥାଏ ପନିର ଖାଇବା ଦ୍ୱାରା ଓଜନ ବଢିଥାଏ । କିନ୍ତୁ ପନିର ଖାଇବା ଦ୍ୱାରା ଶରୀରକୁ ଅନେକ ଲାଭ ମିଳିଥାଏ ।

୧୦୦ ଗ୍ରାମ ପନିରରେ ପାଖାପାଖି ୧୧ ଗ୍ରାମର ପ୍ରୋଟିନ ରହିଥାଏ । ଓଜନ କମାଇବା ପାଇଁ ଚାହୁଁଥିବା ଲୋକମାନେ ନିଜ ଫୁଡ ଡାଏଟରେ ଭରପୁର ମାତ୍ରାରେ ପନିର ସାମିଲ କରିବା ଉଚିତ । ପନିର ଦୀର୍ଘ ସମୟ ପର୍ଯ୍ୟନ୍ତ ପେଟରେ ରହିଥାଏ ଏହା ଦ୍ୱାରା ଭୋକ ଲାଗି ନଥାଏ ଏବଂ ଆପଣ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ପାଇଁ ଆଗ୍ରହ କରିବେ ନାହିଁ । ଏହା ଦ୍ୱାରା ଆପଣଙ୍କ ଓଜନ ହ୍ରାସ ପାଇବ ।

ପନିର ର ଆଉ ଏକ ବିଶେଷତ୍ୱ ହେଉଛି ଏଥିରେ କ୍ୟାଲୋରୀ ଏବଂ କାର୍ବୋହାଇଡ୍ରେଟର ମାତ୍ରା କମ ଥାଏ । କିନ୍ତୁ ଯଦି ପନିରକୁ ଫୁଲ ଫ୍ୟାଟ ଯୁକ୍ତ କ୍ଷୀରରେ ପ୍ରସ୍ତୁତ କରାଯାଏ ତେବେ ଏଥିରେ ଅଧିକ କାର୍ବୋହାଇଡ୍ରେଟ ଏବଂ କ୍ୟାଲୋରୀର ମାତ୍ରା ଅଧିକ ଥାଏ । ତେବେ କମ ଫ୍ୟାଟ ଯୁକ୍ତ କ୍ଷୀରରେ ପ୍ରସ୍ତୁତ ହୋଇଥିବା ପନିର ଖାଇବା ପାଇଁ ଧ୍ୟାନ ଦିଅନ୍ତୁ ।
ପନିରରେ ଯେଉଁ ଫ୍ୟାଟ ମିଳିଥାଏ ତାହା ହେଲଦି ଫ୍ୟାଟ ହୋଇଥାଏ । ଏଥିରେ ସେଚୁରେଟେଡ ଫ୍ୟାଟର ମାତ୍ରା କମ ରହିଥାଏ । ଯାହା ଓଜନ ବଢାଇବା କାମ କରିଥାଏ ଏବଂ ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇଥାଏ ।

ପନିରରେ ଭରପୁର ମାତ୍ରାରେ ପୋଷକ ତତ୍ୱ ଏବଂ ମିନରାଲ୍ସ ମିଳିଥାଏ । କଞ୍ଚା ପନିର ଖାଇବା ଦ୍ୱାରା କ୍ୟାଲସିୟମ, ସେଲନିୟମ ଏବଂ ପୋଟାସିୟମ ଭଳି ତତ୍ୱ ଶରୀରକୁ ମିଳିଥାଏ । ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ଠିକ ରଖିଥାଏ ଏବଂ ଓଜନ କମ କରିବାରେ ସାହାଯ୍ୟ କରିଥାଏ ।

ଓଜନ କମ କରିବା ପାଇଁ ପନିରକୁ କଞ୍ଚା ଖାଇପାରିବେ । ସାଲାଡରେ ମଧ୍ୟ ଏହାକୁ ମିଶାଇ ଖାଇ ପାରିବେ । ସକାଳ ବ୍ରେକଫାଷ୍ଟରେ ମଧ୍ୟ ପନିର ଖାଇପାରିବେ । ତେବେ ଏହାକୁ ଓଜନ କମାଇବା ପାଇଁ ଖାଇବା ପୂର୍ବରୁ ଡାକ୍ତର କିମ୍ବା ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.