ନନ୍ଦନକାନନରେ ଆଖି ବୁଜିଲା ସିଂହୀ ‘ବିନି’, ଅସୁସ୍ଥତା କାରଣରୁ ମୃତ୍ୟୁ

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ବିନିର ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟଜନୀତ କାରଣରୁ ସେ ଅସୁସ୍ଥ ଥିଲା । ବିନିର ମୃତ୍ୟୁ ପରେ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୨୧ କୁ ଖସିଆସିଛି । ବିନିର ମୃତ୍ୟୁ ପରେ ଏଣିକି ଆଉ ନନ୍ଦନକାନନରେ ଆଫ୍ରିକୀୟ ସିଂହ ଦେଖିବାକୁ ମିଳିବ ନାହିଁ ।

ଭୁବନେଶ୍ୱର (କେନ୍ୟୁଜ): ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ସିଂହୀ ବିନିର ମୃତ୍ୟୁ ଘଟିଛି। ବାର୍ଦ୍ଧକ୍ୟଜନୀତ କାରଣରୁ ସେ ଅସୁସ୍ଥ ଥିଲା । ବିନିର ମୃତ୍ୟୁ ପରେ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୨୧ କୁ ଖସିଆସିଛି । ବିନିର ମୃତ୍ୟୁ ପରେ ଏଣିକି ଆଉ ନନ୍ଦନକାନନରେ ଆଫ୍ରିକୀୟ ସିଂହ ଦେଖିବାକୁ ମିଳିବ ନାହିଁ । ବାର୍ଦ୍ଧକ୍ୟଜନୀତ କାରଣରୁ ସେ ଅସୁସ୍ଥ ଥିଲା । ଗତ ୫ ତାରିଖରୁ ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଗତକାଲି ତାର ମୃତ୍ୟୁ ଘଟିଥିବା ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

୨୦୧୫ ମସିହାରେ ବିନିକୁ ଇସ୍ରାଏଲରୁ ଅଣାଯାଇଥିଲା । ୨୦୦୭ ଜାନୁଆରି ୧ ଜନ୍ମ ନେଇଥିବା ବିନିକୁ ସେତେବେଳେ ୮ ବର୍ଷ ବୟସ ହୋଇଥିଲା । ସେତେବେଳେ ବିନି ସମେତ ୪ ଟି ସିଂହ ଓ ୪ ଟି ଜେବ୍ରା ମଧ୍ୟ ଆସିଥିଲେ । କିନ୍ତୁ କାଳକ୍ରମେ ଆଫ୍ରିକୀୟ ସିଂହ ଓ ଜେବ୍ରାଙ୍କ ମୃତ୍ୟୁ ହୋଇଥିଲା । ଶେଷକୁ ବିନି ହିଁ ଏକମାତ୍ର ଆଫ୍ରିକୀୟ ସିଂହୀ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.