Below header

ବାଲେଶ୍ୱର: ଖୁରୋକୁଣୀ ଗାଁରେ ମଦ ବେପାରୀଙ୍କୁ ନିସ୍ତୁକ ମାଡ଼, ଖୁଣ୍ଟରେ ବାନ୍ଧି ପିଟିଲେ ମହିଳା

ବାଲେଶ୍ୱର: ମଦ ବେପାରୀଙ୍କୁ ନିସ୍ତୁକ ମାଡ଼। ଖୁଣ୍ଟରେ ବାନ୍ଧି ପ୍ରବଳ ମାଡ଼ ମାରିଲେ ମହିଳା। ବାଲେଶ୍ୱର ଜିଲ୍ଲା ସୋର ଥାନାର ଖୁରୋକୁଣୀ ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ସୋର ଅଞ୍ଚଳରେ ଦିନକୁ ଦିନ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଉଥିବା ବେଳେ ଅବକାରୀ ବିଭାଗକୁ ଜଣାଇଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ମହିଳାମାନେ ଏହାକୁ ବନ୍ଦ କରିବାକୁ ବାହାରିଥିଲେ। ଦୀର୍ଘଦିନ ଧରି ଚୋରା ମଦ କାରବାର କରୁଥିବା ଜଣେ ବ୍ୟବସାୟୀଙ୍କୁ ମହିଳାମାନେ ଏକ ବିଜୁଳି ଖୁଣ୍ଟିରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ଏହାସହ ତାଙ୍କ ଠାରୁ ବହୁ ମଦ ବୋତଲ ମଧ୍ୟ ଜବତ କରିଛନ୍ତି। ଦୁଇଦିନ ତଳେ ମହିଳାମାନେ ଶହ ଶହ ଲିଟର ଦେଶୀ ମଦ ପୋଡ଼ି ନଷ୍ଟ କରିଥିଲେ। ସୋର ପୋଲିସ ତଥା ଅବକାରୀ ବିଭାଗ ସହ ମଦ ମାଫିଆଙ୍କ ମଧୁଚନ୍ଦ୍ରିକା ପାଇଁ ନିର୍ଭୟରେ ମଦ କାରବାର ବୃଦ୍ଧି ହେଉଥିବା ଅଭିଯୋଗ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.