ଗ୍ରାଣ୍ଡ ଇଭେଣ୍ଟ ହେବ ବରୁଣ-ନତାଶାଙ୍କ ବିବାହ, ମେ’ରେ ବାଜିବ ବ୍ୟାଣ୍ଡ-ବାଜା!

ବଲିଉଡ୍‌ର ଚାର୍ମିଙ୍ଗ୍‌ ଷ୍ଟାର୍‌ ବରୁଣ ଧଓ୍ଵନ ଓ ତାଙ୍କ ଗାର୍ଲଫ୍ରେଣ୍ଡ ନତାଶା ଦଲାଲ ବିଗତ ଲମ୍ବା ସମୟ ଧରି ପରସ୍ପରକୁ ଡେଟ୍‌ କରୁଛନ୍ତି। ଆଜିକାଲି ବଲିଉଡ୍‌ର ପ୍ରାୟତଃ ସବୁ ଇଭେଣ୍ଟରେ ଦୁଇଜଣଙ୍କୁ ଏକାଠି ଦେଖିବାକୁ ମିଳୁଛି। ନିକଟରେ ବରୁଣ ନିଜ ଗାର୍ଲଫ୍ରେଣ୍ଡ ନତାଶାଙ୍କୁ ବିବାହ କରିବା ନେଇ ଇଚ୍ଛା ଜାହିର କରିଥିଲେ ଏବଂ ଅନେକ ଦିନ ହେବ ସେମାନଙ୍କ ବିବାହକୁ ନେଇ ମଧ୍ୟ ଚର୍ଚ୍ଚା ଚାଲିଆସୁଛି।

v2

ରିପୋର୍ଟ ମୁତାବକ, ଚଳିତବର୍ଷ ଖରାଦିନେ ଦୁଇଜଣ ବିବାହ ପ୍ଲାନିଂ କରୁଛନ୍ତି। ଏହା ଏକ ଗ୍ରାଣ୍ଡ ଇଭେଣ୍ଟ୍‌ ହେବ। ଏଥିରେ ମେହେନ୍ଦି, ସଙ୍ଗୀତ ଏବଂ ରିସେପ୍ସନ ପାର୍ଟିର ଆୟୋଜନ କରାଯିବ। ତେବେ ଏହି ବିବାହ ଗୋଆର କୌଣସି ବିଚ୍‌ ରିସୋର୍ଟ କିମ୍ବା ବିଳାସମୟ ହୋଟେଲରେ ହେବାର ସମ୍ଭାବନା ରହିଛି। କିଛି ବଡ଼ ଷ୍ଟାର୍‌ମାନଙ୍କୁ ମଧ୍ୟ ବରୁଣ-ନତାଶାଙ୍କ ବିବାହରେ ଯୋଗଦେବା ପାଇଁ ନିଜ ଡେଟ୍‌ସ ରିଜର୍ଭ କରିବାକୁ କୁହାଯାଇଛି।

v4

ସେପଟେ ବରୁଣ ଓ ନତାଶାଙ୍କ ପରିବାର ଲୋକ ଏହି ଡେଟ୍‌କୁ ବହୁତ ସିକ୍ରେଟ୍‌ ରଖିଛନ୍ତି। ଏହିଦିନ ଢେର୍‌ ସାରା ବ୍ୟାଣ୍ଡ ବାଜା ଏବଂ ଧୁମ୍‌ ଧଡ଼ାକା ସାମିଲ କରାଯିବ। ଆଶା କରାଯାଉଛି, ବରୁଣଙ୍କ ବିବାହରେ ସିଦ୍ଧାର୍ଥ ମାଲ୍‌ହୋତ୍ରା, ଜନ୍‌ ଆବ୍ରହମ୍‌, କରଣ ଜୋହର, ଅନିଲ କପୁର, ବୋନି କପୁର, ଅର୍ଜୁନ କପୁର, ରଣବୀର ସିଂ, ସଲ୍‌ମାନ ଖାନ୍‌ଙ୍କ ସହ ବାକି ସେଲିବ୍ରିଟିମାନେ ସାମିଲ ହୋଇପାରନ୍ତି।

v7

କହି ରଖୁଛୁ କି, ମେ’ ୧ରେ ବରୁଣ ଧଓ୍ଵନଙ୍କ ‘କୁଲି ନମ୍ବର ୧’ ରିଲିଜ୍‌ ହେବ। ଏହାପରେ ସେମାନଙ୍କ ପାଖରେ ବିବାହ କରିବା ପାଇଁ ଢେର୍‌ ସମୟ ବଳକା ରହିବ। ରିପୋର୍ଟ ମୁତାବକ, ୨୪ ଏପ୍ରିଲରେ ବରୁଣଙ୍କ ଜନ୍ମଦିନ। ହୁଏତ ସେହି ଦିନ ବରୁଣଙ୍କ ପରିବାର ଲୋକ ବିବାହ ତାରିଖ ଘୋଷଣା କରିପାରନ୍ତି। ମାର୍ଚ୍ଚରେ ବରୁଣ ଫିଲ୍ମ ‘ମିଷ୍ଟର ଲେଲେ’ର ଶୁଟିଂ ଆରମ୍ଭ କରିବେ, କିନ୍ତୁ ବିବାହ ପାଇଁ ସେ ଛୁଟି ନେଇପାରନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.