Below header

ରାଜନଗର: କୁହୁଡ଼ି ଯୋଗୁଁ ମଝି ସମୁଦ୍ରରେ ଅଟକିଛି ଲଞ୍ଚ୍‌, ଫସି ରହିଛନ୍ତି ୨୫ରୁ ଅଧିକ ଯାତ୍ରୀ

ରାଜନଗର: ମଝି ସମୁଦ୍ରରେ ଅଟକିଛି ଲଞ୍ଚ୍‌ । ଫସି ରହିଛନ୍ତି ୨୫ରୁ ଅଧିକ ଯାତ୍ରୀ । ସେମାନଙ୍କ ସହ ଯୋଗାଯୋଗ କରିବାକୁ ଜାରି ରହିଛି ଉଦ୍ୟମ । ରାଜନଗରର ତାଳଚୁଆ ଫେରିଘାଟରୁ ସକାଳ ୬ଟା ୧୫ରେ ସରକାରୀ ଲଞ୍ଚ ଏମ୍‌ଏଲ୍‌ ଗଙ୍ଗା ଚାନ୍ଦବାଲି ଯାଉଥିଲା । ତେବେ କୁହୁଡ଼ି ଯୋଗୁଁ ଏହା ସମୁଦ୍ରରେ ଫସି ରହିଛି । ଲଞ୍ଚର ଜିପିଆରଏସ ଖରାପ ହୋଇଥିବାରୁ ତାସହ ଯୋଗାଯୋଗ ହୋଇପାରୁନାହିଁ । ଲଞ୍ଚରେ ୨୫ରୁ ଅଧିକ ଯାତ୍ରୀ ଫସି ରହିଥିବାରୁ ସେମାନଙ୍କ ସୁରକ୍ଷିତ ଉଦ୍ଧାର ପାଇଁ ପ୍ରଶାସନକୁ ଗୁହାରି କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.