ଚିକିତ୍ସା କ୍ଷେତ୍ରରେ ଯୋଡ଼ି ହେଲା ନୂଆ ଅଧ୍ୟାୟ: ଏସସିବିରେ ହୋଇ ପାରିବ ଲିଭର ପ୍ରତିରୋପଣ

କଟକ(କେନ୍ୟୁଜ୍): ଚିକିତ୍ସା କ୍ଷେତ୍ରରେ ଯୋଡି ହେଲା ନୂଆ ଅଧ୍ୟାୟ । ଏସସିବି ମେଡିକାଲ କଲେଜରେ ହୋଇ ପାରିବ ଲିଭର ପ୍ରତିରୋପଣ । ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ । ଏହି ଲିଭର ପ୍ରତିରୋପଣ କେନ୍ଦ୍ରକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଉଦଘାଟନ କରିଛନ୍ତି । ଏଥିପାଇଁ ଦଶ କୋଟି ଟଙ୍କାର ଯନ୍ତ୍ରାଂଶ କିଣା ଯାଇ ପ୍ରସ୍ତୁତ ରହିଥିବା ସୂଚନା ମିଳିଛି । ଲିଭର ଡୋନରଙ୍କ ତାଲିକା ମଧ୍ୟ ପ୍ରସ୍ତୁତ ହୋଇ ରହିଥିବା ସୂଚନା ମିଳିଛି । ହାଇଦ୍ରାବାଦରୁ ଏକ ବିଶେଷଜ୍ଞ ଟିମ ଏସସିବି ଆସି ପ୍ରତିରୋପଣ କେନ୍ଦ୍ରରେ ତାଲିମ ପ୍ରଦାନ କରିବେ ।

ଖୁବଶୀଘ୍ର ପ୍ରଥମ ପ୍ରତିରୋପଣ ହେବ ବୋଲି ସୂଚନା ଦେଇଛନ୍ତି ବିଭାଗୀୟ କର୍ତ୍ତୃପକ୍ଷ । ବିଭିନ୍ନ ଗୁରୁତ୍ତ୍ୱପୂର୍ଣ୍ଣ ବିଷୟ ନେଇ ଏସ ସି ବି କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ମନ୍ତ୍ରୀଙ୍କ ନଜରକୁ ଆସିଥିବା କିଛି ଅନିୟମିତତା ଏବଂ ବ୍ୟତିକ୍ରମ ସମ୍ପର୍କରେ କର୍ତ୍ତୃପକ୍ଷଙ୍କୁ ଅବଗତ କରିବା ସହ ତାଗିଦ କରିଛନ୍ତି । ବର୍ଣ୍ଣ ୟୁନିଟର ଏକ ନୂଆ ଆଇ ସି ୟୁ ଓ ନୂଆ ମେଡ଼ିସିନ ୱାର୍ଡର କିଛି କେବିନ ଉଦଘାଟନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ।…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.