ପୁଣି ଫେରିଲା କରୋନା : ଚୀନରେ ଲାଗିଲା ସବୁଠୁ ବଡ଼ ଲକଡାଉନ୍‌, ଏଥର ମଣିଷଙ୍କ ସହ ପଶୁଙ୍କ ଉପରେ ମଧ୍ୟ କଟକଣା

ନୂଆଦିଲ୍ଳୀ : କରୋନା ଭାଇରସର ବିପଦ ଏବେ ବି ଟଳି ନାହିଁ ଚୀନରୁ । କେତେକ ଦେଶରେ ଏବେ ବି ଲକଡାଉନ ଜାରି ରହିଛି । ଚୀନରେ ଏବେ ପୁଣି ଥରେ ଦେଖା ଦେଇଛି କରୋନାର ନୂଆ ଲହର । ଫଳରେ ଚୀନ୍‌ର କେତେକ ସହରରେ ଏବେ ପୁଣି ଥରେ କଡା ଲକଡାଉନ ଲଗାଇ ଦିଆଯାଇଛି । ତେବେ ପ୍ରଥମ ଥର ପାଇଁ ଚୀନରେ ଏଥର ମଣିଷଙ୍କ ସହ ପଶୁଙ୍କ ଉପରେ ଲାଗିଛି କଟକଣା ।

ସୂଚନାରୁ ଜଣାଯାଇଛି, ଚଳିତ ଥର ସାଂଘାଇରେ ସବୁଠୁ ବଡ଼ ଲକ୍‌ଡାଉନ ଲାଗିଛି । କାରଣ ଏଠାରେ ଏଥର ପଶୁଙ୍କ ଉପରେ ମଧ୍ୟ ବୁଲିବା କଟକଣା ଲାଗିଛି । ଏହିପରି ଲକଡାଉନ ସମସ୍ତଙ୍କର ଚିନ୍ତା ବଢ଼ାଇଛି । ଏବେ ଚୀନରେ କରୋନା ଭାଇରସ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ସାଂଘାଇ ସହରରେ କଟକଣା ଏତେ ବଳବତ୍ତର ରହିଛି ଯେ ଲୋକେ ଘରୁ ବାହାରି ପାରୁ ନାହାଁନ୍ତି । ଏପରିକି ପୋଶା କୁକୁର ମଧ୍ୟ ଘରୁ ବାହାରିବା ଉପରେ ରୋକ ଲଗାଯାଇଛି ।

ପ୍ରତିଦିନ ଆସୁଛି ନୂଆ ମାମଲା

ସ୍ଥାନୀୟ ପ୍ରଶାସନ କହିବା ଅନୁଯାୟୀ ଦୈନିକ ଏଠରେ ନୂଆ ମାମଲା ଦେଖିବାକୁ ମିଳୁଛି । କୋଭିଡ ସଂକ୍ରମଣ ମାମଲା ମଙ୍ଗଳବାର ଦିନ ରେକର୍ଡ ୪,୪୭୭ ରେ ପହଞ୍ଚିଛି । କେବଳ କୋଭିଡ ଟେଷ୍ଟ ପାଇଁ ଲୋକେ ଘରୁ ବାହାରିବାର ନିର୍ଦ୍ଦେଶ ରହିଛି । ନିୟମ ଉଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନର ନିର୍ଦ୍ଦେଶ ରହିଛି ।

ଦୁଇ ବର୍ଷ ମଧ୍ୟରେ ସବୁଠୁ ବଡ଼ ଲକଡାଉନ

ଚୀନର ସାଂଘାଇରେ କୋଭିଡ-୧୯ ମାମଲା ଜାଣିବା ପାଇଁ ବ୍ୟାପକ ଯାଞ୍ଚ ବ୍ୟବସ୍ଥା କରାଯାଇଛି । ଦୁଇ ବର୍ଷ ମଧ୍ୟରେ ଏହା ସବୁଠୁ ବଡ଼ ଲକଡାଉନ ବୋଲି ଜଣାଯାଇଛି । ଚୀନର ରାଜଧାନୀ ତଥା ସବୁଠୁ ବଡ଼ ଜନ ବହୁଳ ସହର ସାଂଘାଇରେ ୨.୬ କୋଟି ଲୋକେ ରୁହନ୍ତି । ବୁହାନ ପରେ ଏହା ସବୁଠୁ ବଡ଼ ଲକଡାଉନ ବୋଲି ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.