Below header

ଗୁଜରାଟରେ ୩୬ତମ ନ୍ୟାସନାଲ ଗେମ୍ସ: କିଟ୍‌ ଓ କିସର ୩୧ ଖେଳାଳି କରିଛନ୍ତି ଅଂଶଗ୍ରହଣ

ଭୁବନେଶ୍ବର(କେନ୍ୟୁଜ୍): ୩୬ତମ ନ୍ୟାସନାଲ ଗେମ୍ସ ଗୁଜରାଟରେ ଆୟୋଜନ ହେଉଛି । ଏହା ଅକ୍ଟୋବର ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । କିଟ୍‌ ଓ କିସର ୩୧ ଜଣ ଖେଳାଳି ୯ଟି ଇଭେଣ୍ଟରେ ଭାଗ ନେଇଛନ୍ତି । ଆଥଲେଟିକ୍ସ, ସାଇକ୍ଲିଂ, ହିକ, ଖୋ ଖୋ, ରୋଇଁ, ରଗବୀରେ ଭାଗ ନେଇଛନ୍ତି । ଏହି ଖେଳାଳିମାନେ ଓଡ଼ିଶା ପକ୍ଷରୁ ପ୍ରତିନିଧିତ୍ୱ କରିବେ । ଆର୍ଚେରୀରେ ରଞ୍ଜିତ ନାୟକ, ଲଳିତା ଖଣ୍ଡପାତ୍ର, ଆଥଲେଟିକ୍ସରେ ଲାଲୁପ୍ରସାଦ ଭୋ, ଅମିୟ ମଲ୍ଲିକ, ଦୁତୀ ଚାନ୍ଦ, ଶ୍ରାବଣୀ ନନ୍ଦ ଭାଗ ନେଇଛନ୍ତି ।

ସାଇକ୍ଲିଂରେ ସ୍ୱସ୍ତି ସିଂ, ହକିରେ ଲିଲିମା ମିଞ୍ଜ, ସୁନୀତା ଲାକ୍ରା, ଖୋ ଖୋରେ ଲିପି ନାଏକ, ଅର୍ଚ୍ଚନା ମାଝୀ, ଶୁଭଶ୍ରର ସିଂ, ମାଗାଇ ମାଝୀ, କାଦମ୍ବିନୀ ମାଝୀ ଭାଗ ନେଇଛନ୍ତି । ରୋଇଁରେ ଅଂଶିକା ଭାରତୀ, ରଗବୀରେ ଭାଗ୍ୟଲକ୍ଷ୍ମୀ ବାରିକ, ତୁମୁଣୀ ମାରାଣ୍ଡି, ହୁପି ମାଝୀ, ମଞ୍ଜୁଲତା ପ୍ରଧାନ, ତରୁଲତା ନାଏକ, ପାର୍ବତୀ କିସ୍କୁ, ନିର୍ମାଲ୍ୟ ରାଉତ, ରଜନୀ ଶବର, ମକରନ୍ଦ ପ୍ରଧାନ ଯୁଗଳ କିଶୋର ମାଝୀ, ସୁଗୁଡା ମାଝୀ, ଗୌରାଙ୍ଗ ଜାମୁଡ଼ା, ମୁନା ମୁର୍ମୁ ପ୍ରତିନ୍ଦ୍ୱନ୍ଦିତା କରିବେ । ସୁଟିଂରେ ଶ୍ରୀୟଙ୍କା ଷଡଙ୍ଗୀ ଏବଂ ୱେଟଲିଫ୍ଟିଂରେ ସ୍ନେହା ସୋରେନ ପ୍ରମୁଖ ପ୍ରତିନ୍ଦ୍ୱନ୍ଦିତା କରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.