୩୬ତମ ନ୍ୟାସନାଲ ଗେମ୍‌ସ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ: ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ବଡ଼ କ୍ରୀଡ଼ା ମହୋତ୍ସବ

କେନ୍ୟୁଜ୍(ବ୍ୟୁରୋ): ୩୬ତମ ନ୍ୟାସନାଲ ଗେମ୍‌ସ ଉଦ୍‌ଘାଟିତ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଜାତୀୟ କ୍ରୀଡ଼ାର ଉଦ୍‌ଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ୱର ବୃହତ ଷ୍ଟାଡିୟମରେ ଖେଳାଯିବ ବଡ଼ କ୍ରୀଡ଼ା ମହୋତ୍ସବ । ଦେଶର ଯୁବବର୍ଗ ଏହି କ୍ରୀଡ଼ାରେ ଭାଗ ନେବେ ବୋଲି ଉଦ୍‌ଘାଟନୀ ଉତ୍ସବରେ କହିଛନ୍ତି ମୋଦି।

୨୦୧୪ରୁ ଦେଶରେ ପ୍ରଥମ ଥର ଶ୍ରେଷ୍ଠ ସିରିଜ ଆରମ୍ଭ ହୋଇଛି। କ୍ରୀଡ଼ାରେ ଯୁବବର୍ଗ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି ବୋଲି ସେ କହିଛନ୍ତି। ୮ବର୍ଷ ପୂର୍ବେ ଭାରତୀୟ କ୍ରୀଡାବିତମାନେ ଶହେରୁ କମ ପ୍ରତିଯୋଗୀତାରେ ଭାଗ ନେଉଥିବା ବେଳେ ବର୍ତ୍ତମାନ ୩ଶହରୁ ଅଧିକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଉଛନ୍ତି । ଉଦ୍‌ଘାଟନୀ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ସମେତ ଗୁଜରାଟ ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଓ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ ଅନୁରାଗ ଠାକୁର ଉପସ୍ଥିତ ଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.