Below header

ଭଦ୍ରକ ଧାମରା ପୋର୍ଟରେ ଏବେ ବି କାମ କରୁଛନ୍ତି ହଜାର ହଜାର ଶ୍ରମିକ, ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ଉତ୍ତେଜନା

ଭଦ୍ରକ: ସବୁଠି ମହାମାରୀ କରୋନା ଭୟ । ତେବେ ଓଡ଼ିଶାରେ କରୋନା ଭୂତାଣୁ ଯେପରି ସଂକ୍ରମିତ ନହୁଏ,ସେଥିଲାଗି ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଭଦ୍ରକ ଜିଲ୍ଲାରେ ମଧ୍ୟ ସଚେତନତାକୁ ଜୋରଦାର କରିଛି ପ୍ରଶାସନ । କରୋନା ପାଇଁ ଅଧିକ ଲୋକ ଏକଜୁଟ ନହେବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶଷ ରହିଥିବା ବେଳେ ଧାମରା ପୋର୍ଟରେ ଏବେ ବି ହଜାର ହଜାର ଶ୍ରମିକ କାମ କରୁଛନ୍ତି ।

dhamra ପ୍ରତିଦିନ ଏଠାରେ ଦେଶ ବାହାରୁ ଜାହାଜ ଲାଗୁଛି । ତେଣୁ ଏହାକୁ ବିରୋଧ କରି ସ୍ଥାନୀୟ ଲୋକେ ଗେଟରେ ତାଲା ପକାଇ ଶ୍ରମିକଙ୍କୁ ଭିତରକୁ ଛାଡୁ ନାହାନ୍ତି । ସେପଟେ ଏ ଘଟଣାକୁ ନେଇ ଧାମରା ପୋର୍ଟ ସମ୍ମୁଖରେ କିଛି ସମୟ ଧରି ଉତ୍ତେଜନା ଲାଗି ରହିଥିଲା । ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ଲୋକଙ୍କୁ ଘଉଡାଇବା ସହ ଗେଟ ଖୋଲିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.