ୟୁଜବେନ୍ଦ୍ର ଚହଲଙ୍କ ଟିକ୍ ଟକ ଭିଡିଓ ଭାଇରଲ, ପ୍ରେମରେ ତାଙ୍କ ଗାଲ ଟାଣୁଥିବା ନଜର ଆସିଲେ ଜଣେ ଯୁବତୀ
![tu](https://knewsodisha.com/wp-content/uploads/2020/03/tu.jpg)
ଚୀନରୁ ବ୍ୟାପିଥିବା କାରୋନା ଭାଇରସର ପ୍ରଭାବ ଖେଳ ଉପରେ ବି ପଡିଛି । ଏଥିଯୋଗୁ ଅନେକ ଇଭେଣ୍ଟ ସ୍ଥଗିତ ହୋଇଯାଇଛି । ଏହାରି ଭିତରେ କିଛି ଖେଳାଳି ନିଜ ପରିବାର ସହ ସମୟ ବିତାଉଥିବା ବେଳେ ଆଉ କିଛି ସୋସିଆଲ ମିଡିଆରେ ଅନ୍ୟମାନଙ୍କୁ ସଚେତନ କରୁଛନ୍ତି । ଟିମ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ଏଣ୍ଟରଟେନ କରୁଛନ୍ତି । ସେ ଏବେ ଟିକ୍ ଟକରେ ଭିଡି଼ଓ କରୁଛନ୍ତି ।
imo 😭😭😭😭 pic.twitter.com/37X4LwSmHJ
— Manish (@Man_isssh) March 18, 2020
ତାଙ୍କର ଏକ ଭିଡିଓ ଭାଇରଲ ହେଉଛି, ଯେଉଁଥିରେ ଜଣେ ଯୁବତୀ ତାଙ୍କ ଗାଲ ଟାଣୁଥିବା ଦେଖିବାକୁ ମିଳୁଛି । ଚହଲ ହସୁଛନ୍ତି । କିଛି ସମୟ ପରେ ସେ ଆଣ୍ଠୁ ମାଡି ତଳେ ବସୁଛନ୍ତି । କିନ୍ତୁ ପ୍ରପୋଜ କରିବା ପାଇଁ ନୁହେଁ, ବରଂ ନିଜ ଜୋତାର ଫିତା ବାନ୍ଧିବା ପାଇଁ । ପୁଣି କିଛି ସମୟ ପରେ ସେହି ଯୁବତୀ ତାଙ୍କ ଗାଲ ଟାଣୁଛନ୍ତି । ତେବେ ଯୁବତୀ କିଏ, ସେ ବିଷୟରେ କିଛି ଜଣାପଡ଼ିନାହିଁ ।