ଯାଜପୁର: ବରୀ ରାମଚନ୍ଦ୍ରପୁରରେ ୩ ମାସ ତଳେ ହୋଇଥିଲା ନାବାଳିକା ଅପହରଣ, ପୋଲିସର ବିଫଳତାକୁ ନେଇ ଥାନା ଘେରାଉ କଲେ ଗ୍ରମବାସୀ

ଯାଜପୁର(କେନ୍ୟୁଜ୍): ପୋଲିସର ନିଷ୍କ୍ରିୟତା ପ୍ରତିବାଦରେ ଥାନା ଘେରାଉ । ୩ ମାସ ତଳେ ହୋଇଥିବା ନାବାଳିକା ଅପହରଣ ଘଟଣାରେ ଅଭିଯୁକ୍ତଙ୍କ ଗିରପଂ କରିବା ଏବଂ ନାବାଳିକାକୁ ଠାବ କରିବାରେ ବିଫଳ ହୋଇଥିବା ଅଭିଯୋଗ କରି ଯାଜପୁର ଜିଲା ବରୀ ରାମଚନ୍ଦ୍ରପୁର ଥାନା ଘେରାଉ କରିଛନ୍ତି ଗ୍ରାମବାସୀ ।

ମନ୍ଦାରୀ ଗାଁର ଜନୈକ ନାବାଳିକା ଛାତ୍ରୀକୁ କଟକର ଏକ ଘରୋଇ କଲେଜକୁ ଯିବା ବାଟରେ ଅପହରଣ କରିନିଆଯାଇଥିଲା । ଏ ନେଇ ୩ ମାସ ତଳୁ ବରୀ ରାମଚନ୍ଦ୍ରପୁର ଥାନାରେ ପରିବାର ଲୋକଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲେ ହେଁ ପୋଲିସ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଅଭିଯୋଗ ହୋଇଛି ।

ps gherao 2ଯାହାର ପ୍ରତିବାଦରେ ଗ୍ରାମାବାସୀ ମାନେ ଥାନା ଘେରାଉ କରିଥିଲେ । ଏପରିକି ଏହି ଅପହରଣ ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତି ମାନଙ୍କୁ ଧରି ଗ୍ରାମବାସୀ ଥାନାରେ ଜିମା ଦେବା ପରେ ମଧ୍ୟ ପୋଲିସ ଛାଡି ଦେଉଥିବା ଅଭିଯୋଗ କରିଛନ୍ତି । ତୁରନ୍ତ ନାବାଳିକାକୁ ଉଦ୍ଧାର କରିବା ସହିତ ଅପହରଣ ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କୁ ଗିରପଂ କରାନଗଲେ ଆମରଣ ଅନଶନ କରିବାକୁ ଚେତାବନି ଦେଇଛନ୍ତି ପରିବାର ଓ ସଂପର୍କିୟ ଲୋକେ ।

Leave A Reply

Your email address will not be published.