Below header

ରାଜଧାନୀରେ ଦୋକାନ ଖୋଲିବା ଉପରେ କୋହଳ ହେଲା କଟକଣା, ସକାଳ ୮ଟାରୁ ସଂଧ୍ୟା ୬ଟା ଯାଏ ଖୋଲାରହିବ ଏହି ସବୁ ଦୋକାନ

ରାଜଧାନୀରେ ଦୋକାନ ଖୋଲିବା ଉପରେ କଟକଣା କୋହଳ । କେଉଁ ଦୋକାନ ଖୋଲିବ ଓ କେତେ ସମୟ ଖୋଲିବ ସେନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଆସନ୍ତା ମେ ୩ ତାରିଖ ମଧ୍ୟରାତ୍ର ପର୍ଯ୍ୟନ୍ତ ଏହି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସର୍ତମୂଳକ ଭାବେ ଦୋକାନ ଖୋଲିବାକୁ ଅନୁମତି ଦେଇଛି ବିଏମ୍‌ସି । ମହାନଗର ନିଗମ ଏବଂ ମୁନିସିପାଲିଟିରେ ସପିଂ ମଲ୍‌ କିମ୍ବା ସପିଂ କମ୍ଲେକ୍ସ ଖୋଲିବ ନାହିଁ । ସିଙ୍ଗଲବ୍ରାଣ୍ଡ ମଲ୍‌ ମଧ୍ୟ ଖୋଲିବ ନାହିଁ । ଜିମ୍‌, ବିଉଟି ପାର୍ଲର, ସ୍ପା, ସେଲୁନ୍‌, ମସାଜ ସେଣ୍ଟର, ଗେମ୍‌ ପାର୍ଲର ବନ୍ଦ ରହିବ । ପାନ ଦୋକାନ, ଚା’, ଫାଷ୍ଟଫୁଡ୍‌, ଜଳଖିଆ, ଜୁସ୍‌ ଦୋକାନ ଉପରେ କଟକଣା ବଳବତ୍ତର ରହିବ ।

bmc

ବିଏମସି ଗାଇଡଲାଇନ ଅନୁସାରେ ବିଦ୍ୟୁତ ଉପକରଣ ଦୋକାନ, ମୋଟର ଗ୍ୟାରେଜ, ବ୍ୟାଟେରୀ ଦୋକାନ, ମୋଟର ପାର୍ଟ ଦୋକାନ, ପଞ୍ଜୀକୃତ ହୋଇଥିବା ଗୋଟିକିଆ ଦୋକାନ, ଜନବସତି ନିକଟରେ ଥିବା ଦୋକାନ, ଟାୟାର ଦୋକାନ, ଲୁବ୍ରିକାଣ୍ଟ ଦୋକାନ, ବହି ଦୋକାନ ଖୋଲା ରହିବ । ରେଷ୍ଟୁରାଣ୍ଟରୁ ପାର୍ସଲ ମିଳିପାରିବ । ବିଏମସି ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଜାରି ରଖିବ । କିନ୍ତୁ ବାହାରୁ ଶ୍ରମିକ ଅଣାଯାଇପାରିବ ନାହିଁ । ଶିଳ୍ପ ଅନୁଷ୍ଠାନ, ବ୍ୟବସାୟ ସଂସ୍ଥାର ଅଫିସ ଖୋଲା ରହିବ । ୨୫ ପ୍ରତିଶତ କର୍ମଚାରୀ ସହ ଏହି ସବୁ କାର୍ଯ୍ୟାଳୟ କାର୍ଯ୍ୟ କରିବେ । ଗ୍ରାମାଞ୍ଚଳରେ ସପିଂ ମଲ୍‌ ଛାଡି ଅନ୍ୟ ସମସ୍ତ ଦୋକାନ ଖୋଲା ରହିବ । ସେହିପରି ଜାରି ରହିବ ଇ-କମର୍ସ ପକ୍ଷରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ।

bmc

ମଦ ଦୋକାନ ଖୋଲିବା ନେଇ ପୂର୍ବ ପରି କଟକଣା ଜାରି ରହିବ । ହଟ୍‌ସ୍ପଟ୍‌ ଓ କଣ୍ଟେନମେଣ୍ଟ ଜୋନ୍‌ରେ ଦୋକାନ ଖୋଲିବ ନାହିଁ । ଲକ୍‌ଡାଉନ୍‌ ବେଳେ ଯେଉଁ ଅତ୍ୟାବଶ୍ୟକ ଦୋକାନ ଖୋଲା ରହୁଥିଲା, ସେହି ଦୋକାନ ଖୋଲା ରହିବ । ଦୋକାନ ଖୋଲିବା ପାଇଁ କମିଶନରେଟ ପୋଲିସ ନିକଟରୁ ଅନୁମତି ଆଣିବାକୁ ପଡ଼ିବ । ଦୋକାନ ମଧ୍ୟରେ ୫ଜଣ ଗ୍ରାହକରୁ ଅଧିକ ଲୋକଙ୍କୁ ରହିବାକୁ ଦିଆଯିବ ନାହିଁ । ପ୍ରତ୍ୟେକ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କୌଣସି କର୍ମଚାରୀଙ୍କ ଠାରେ ଫ୍ଲୁ ଭଳି ଲକ୍ଷଣ ଥିଲେ ତାଙ୍କୁ କାର୍ଯ୍ୟ ପାଇଁ ଅନୁମତି ମିଳିବ ନାହିଁ । ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ସକାଳ ୮ଟାରୁ ସଂଧ୍ୟା ୬ଟା ଯାଏ ଖୋଲା ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.