ଦେଶର ସର୍ବବୃହତ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ଏହାର ବ୍ୟକ୍ତିଗତ ବ୍ୟାଙ୍କିଙ୍ଗ ପୋର୍ଟଫୋଲିଓ ଅଧୀନରେ ଗ୍ରାହକଙ୍କୁ ବିଭିନ୍ନ ଆକାଉଣ୍ଟ ପ୍ରଦାନ କରିଥାଏ । ଏଥିମଧ୍ୟରୁ ଏସବିଆଇ ସେଭିଂ ପ୍ଲସ୍ ଆକାଉଣ୍ଟ ଏକ ସ୍ୱତନ୍ତ୍ର ଆକାଉଣ୍ଟ ଅଟେ । ଏହା ଏକ ଏକ ସେଭିଂ ବ୍ୟାଙ୍କ ଆକାଉଣ୍ଟ ଯାହାକି ମଲ୍ଟି ଅପ୍ସନ୍ ଡିପୋଜିଟ ସ୍କିମ୍ (MODS) ସହିତ ସଂଯୁକ୍ତ । ଏଥିରେ ଥିବା ଅତିରିକ୍ତ ରାଶି ଏକ ନିର୍ଦ୍ଦିଷ୍ଟ ସୀମା ଅତିକ୍ରମ କଲା ପରେ ଆପେ ଆପେ ଫିକ୍ସଡ ଡିପୋଜିଟ (FD) କୁ ସ୍ଥାନାନ୍ତରିତ ହୋଇଯାଏ । ଏହା ସହିତ ମଲ୍ଟି-ଅପ୍ସନ୍ ଜମା ଉପରେ ଋଣ ମଧ୍ୟ ନିଆଯାଇପାରେ । ତାହେଲେ ଆସନ୍ତୁ ଜାଣିବା ଏସବିଆଇ ସେଭିଂ ପ୍ଲସ୍ ଆକାଉଣ୍ଟର କଣ ରହିଛି ବିଶେଷତ୍ତ୍ୱ ।
ବ୍ୟାଙ୍କ ସହିତ ଏକ ସେଭିଂ ଆକାଉଣ୍ଟ ଖୋଲିବାକୁ ଯୋଗ୍ୟ ଥିବା ବ୍ୟକ୍ତିଙ୍କ ଦ୍ୱାରା ଏସବିଆଇର ସେଭିଂ ପ୍ଲସ୍ ଆକାଉଣ୍ଟ ଖୋଲାଯାଇପାରିବ । ଏହା ସିଙ୍ଗଲ କିମ୍ବା ଜଏଣ୍ଟ ଆକାଉଣ୍ଟ୍ ଭାବରେ ମଧ୍ୟ ଖୋଲାଯାଇପାରିବ ।
ସେଭିଙ୍ଗ ପ୍ଲସ ଆକାଉଣ୍ଟରେ 25,000ରୁ ଅଧିକ ରାଶି ଫିକ୍ସଡ ଡିପୋଜିଟକୁ ଟ୍ରାନ୍ସ୍ଫର ହୋଯାଇଥାଏ ଯାହା ସର୍ବନିମ୍ନ 10,000 ଟଙ୍କା ହୋଇଥାଏ ଏବଂ 1000 ଟଙ୍କାରୁ ଉର୍ଦ୍ଧ୍ୱ ହୋଇପାରିବ । ଏହାର ଅର୍ଥ ହେଉଛି ଏକ ମଲ୍ଟି-ଅପ୍ସନ୍ ଜମା ଆକାଉଣ୍ଟକୁ ଟ୍ରାନ୍ସଫର ପାଇଁ ସର୍ବନିମ୍ନ ରାଶି ହେଉଛି 35,000 ଟଙ୍କା ।
ଏହି ଆକାଉଣ୍ଟରେ ମାସିକ ହାରାହାରି ବାଲାନ୍ସ (MAB) ରଖିବା ବାଧ୍ୟତାମୂଳକ ନୁହେଁ । ସେଭିଂ ପ୍ଲସ୍ ଆକାଉଣ୍ଟରେ ଏସବିଆଇର ସେଭିଂ ବ୍ୟାଙ୍କ ଆକାଉଣ୍ଟ ଭଳି ସମାନ ସୁଧ ମିଳିଥାଏ । ଏହି ଆକାଉଣ୍ଟରେ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍, ମୋବାଇଲ୍ ବ୍ୟାଙ୍କିଙ୍ଗ୍, ଏଟିଏମ୍ କାର୍ଡ, ଏସ୍ଏମ୍ଏସ୍ ଆଲର୍ଟ ମଧ୍ୟ ଉପଲବ୍ଧ ।