ପଣ୍ଡ ହେଲା ସୁନା ଦୋକାନୀଙ୍କଠାରୁ ଲୁଟ୍‌ ଉଦ୍ୟମ, ଗାଁଲୋକଙ୍କ ହାତରେ ଧରାପଡିଲେ ୨ ଡକାୟତ

ଯାଜପୁର ଟାଉନ : ପଣ୍ଡ ହେଲା ସୁନା ଦୋକାନୀଙ୍କଠାରୁ ଲୁଟ୍‌ ଉଦ୍ୟମ। ଧରାପଡିଲେ ୨ ଡକାୟତ। ଯାଜପୁର ଟାଉନ ମଙ୍ଗଳପୁର ଥାନା ସାଠିବାଟି ନିକଟରେ ସୁନା ବ୍ୟବସାୟୀ ପ୍ରଭାକର ସାହୁ ଓ ତାଙ୍କ ଭାଇ ଦୋକାନ ବନ୍ଦ କରି ଫେରୁଥିବାବେଳେ ୬ଜଣ ଦୁର୍ବୃତ୍ତ ତାଙ୍କ ପିଛା କରିଥିଲେ।

ବାଟରେ ବନ୍ଧୁକ ଦେଖାଇ ସୁନା ଲୁଟ୍‌ କରିବାକୁ ଉଦ୍ୟମ କରିବାବେଳେ ଦୁର୍ବୃତ୍ତଙ୍କ ସହ ଧସ୍ତାଧସ୍ତି ହୋଇଥିଲା। ଏହି ସମୟରେ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିଯିବାରୁ ଡକାୟତଦଳ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସେମାନଙ୍କ ମଧ୍ୟରୁ ଗାଁଲୋକେ ୨ଜଣଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି। ମଙ୍ଗଳପୁର ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.