ଗର୍ଭବତୀ ମାଁଙ୍କ ଠାରୁ ଚାଲିଛି ଲୁଟ, ପଦାରେ ପଡିଲା ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରର ଲାଞ୍ଚ ନେବା ଅଭିଯୋଗ

ଗଜପତି (କେନ୍ୟୁଜ): ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରେ ଗର୍ଭବତୀ ମାଁ ଙ୍କ ଠାରୁ ନେଉଛନ୍ତି ଲାଞ୍ଚ ସ୍ୱାସ୍ଥ୍ୟ କର୍ମୀ । ଏଭଳି ଘଟଣା ଆଜି ସାମନାକୁ ଆସିଛି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରରେ । ଆଜି ସଂନ୍ଧ୍ୟାରେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ଏସପି ଜୟରାମ ଶତପଥି ଅଚାନକ ଗ୍ରସ୍ତ କରି ଜିଲ୍ଲା ମୂଖ୍ୟ ଚିକିତ୍ସା କେନ୍ଦ୍ରର ଶିଶୁ ଓ ମହିଳା ୱାର୍ଡ ଗୁଡିକ ବୁଲି ଦେଖିଥିଲେ । କେଉଁ ଠାରେ ଲାଇଟ ଜଳୁନଥିଲା ତ କେଉଁ ଠାରେ ଫେନ ଆଉ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟ ଦେଖି ମୁଣ୍ଡରେ ହାତ ଦେଇଦେଇ ଥିଲେ ଜିଲ୍ଲାପାଳ । ବିସ୍ୱସ୍ତ ସୂତ୍ରରୁ ସୂଚନା ପାଇ ଜଣେ ମାତ୍ର ଶିଶୁ ବିଶେଷଜ୍ଞ ଡାକ୍ତର ଚିକିତ୍ସା କେନ୍ଦ୍ରରେ ପହଞ୍ଚିଥିଲେ । ନା ସିଡିଏମଓ ନା ମେଡିକାଲ ସୁପେରୀଟେଣ୍ଡେଣ୍ଡ ଉପସ୍ଥିତ ଥିଲେ । କିନ୍ତୁ ଜିଲ୍ଲାପାଳ ପହଞ୍ଚିବା ୧୫ମିନିଟରେ ସବୁ ଚିକିତ୍ସା କେନ୍ଦ୍ରକୁ ପହଞ୍ଚିଥିଲେ । ସବୁଠାରୁ ବ୍ୟଥିତ ଚିତ୍ର ଥିଲା କିଛି ରୋଗୀଙ୍କ ସମ୍ପର୍କୀୟ ତଳେ ସୋଇବା ଦୃଶ୍ୟ ଆଉ ସବୁଠାରୁ ଚର୍ଚ୍ଚାର ଚିତ୍ର ଥିଲା ଡେଲିଭେରୀ ପେସେଣ୍ଟ ମାନଙ୍କ ଠାରୁ ଆଦାୟ ହେଉଥିବା ବଟି କହିପାରିବା ଲାଞ୍ଚ ମଧ୍ୟ କହିପାରିବା ।

ଗର୍ଭବତୀ ଆସୁ ଆସୁ ସେମାନଙ୍କ ସିଜରିଙ୍ଗ ହେବ ବୋଲି ଭୟ ଦେଖାଇ ଆସା କର୍ମୀଙ୍କ ଦ୍ୱାରା ୫ହଜାରୁ ଅଧିକ ଟଙ୍କା ଲୁଟୁଛନ୍ତି କିଛି ନର୍ସ, ଡାକ୍ତର ଓ ଚିକିତ୍ସା କେନ୍ଦ୍ରର ଷ୍ଟାପ । ଆଉ ସେଠାରେ କୌତୁକୀୟା ଦୃଶ୍ୟ ଥିଲା ଲାଞ୍ଚ ନେବା ଡାକ୍ତର, ନର୍ସ ଓ ମେଡିକାଲ ସୁପେରୀ ଟେଣ୍ଡ ସହ ସିଡିଏମଓ ଭୟରେ ଥରୁଥିବା ଏକ ପ୍ରକାର ସମସ୍ତେ ମୁକ ପାଲଟିଗଲେ ଜିଲ୍ଲାଫାଳଙ୍କ ପ୍ରସ୍ନର ଉତ୍ତର ମଧ୍ୟ ନଥିଲା । ମୌକାରେ ଚଉକା ମାରୀ ଛନ୍ତି ଆଜି ରୋଗୀ । ଜିଲ୍ଲାପାଳଙ୍କୁ କିଏ କେତେ ନେଉଛି ଗୋଟିଏ ଡେଲିଭେରୀକୁ କହିଥିଲେ । ଏପରିକି ଏମିତି ଭି କିଛି ଗର୍ଭବତୀ ଥିଲେ ଭୟରେ ଟଙ୍କା ଦେଇ ମଧ୍ୟ ଜିଲ୍ଲାପାଳଙ୍କୁ କିଛି କହିନଥିଲେ ।

ତେବେ ଜିଲ୍ଲାପାଳ ରୋଗୀ ସହ, ରୋଗୀଙ୍କ ସମ୍ପର୍କୀୟଙ୍କ ସହ କଥା ହେବା ସହ ସମୀକ୍ଷା ସାରୀବା ପରେ ଗଣମାଧ୍ୟମ ସହ କଥା ହୋଇଥିଲେ । ଜିଲ୍ଲାପାଳ କହିଛନ୍ତି ମୂଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ୫ଟିର ନିୟମ ମୁତାବକ ଆଜି ତାଙ୍କର ଅଚାନକ ଗ୍ରସ୍ତ ଥିଲା ଏବଂ ସେ ଯେଉଁ ସବୁ ଅଭିଯୋଗ ପାଇଛନ୍ତି ତାହାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସିଡିଏମଙ୍କୁ । ସେପଟେ ସିଡିଏମଓ ଗଜପତି ଡାକ୍ତର ପ୍ରଦୀପ କୁମାର ପାତ୍ର କହିଛନ୍ତି ଲାଞ୍ଚ ନେବା ଘଟଣାର ନିରପେକ୍ଷ ତଦନ୍ତ କରାଯିବା ସହ ଯେଉଁ ସବୁ ମରାମତୀ ରହିଛି ଚିକିତ୍ସା କେନ୍ଦ୍ରର ତୁରନ୍ତ କରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.