Below header

ପୁଣି ସୋରରେ ପଲ୍ସର ଆତଙ୍କ, ଭୂଜାଲି ଦେଖାଇ ଲୁଟିନେଲେ ୨୫ ଲକ୍ଷ ଟଙ୍କାର ସୁନା ଗହଣା

ସୋର: ପୁଣି ସୋରରେ ପଲ୍ସର ଆତଙ୍କ। ଭୂଜାଲି ଦେଖାଇ ୫ଶହ ଗ୍ରାମର ସୁନା ଲୁଟ। କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ଜଣେ ସୁନା କାରିଗର ପ୍ରାୟ ୫ଶହ ଗ୍ରାମର ସୁନା ଅଳଙ୍କାର ନିର୍ମାଣ କରି ବାଲେଶ୍ବରରେ ବିଭିନ୍ନ ସୁନା ଦୋକାନୀଙ୍କୁ ଦେବା ପାଇଁ ଯାଉଥିଲେ ।

ଠିକ୍ ସେହି ସମୟରେ ୧୬ନଂ ଜାତୀୟ ରାଜପଥ ପାଇକାଳି ଠାରେ ଗହଣା କାରିଗରଙ୍କ ଠାରୁ ଅଳଙ୍କାର ଲୁଟିନେଲେ ଦୁର୍ବୁତ୍ତ। ଦୁଇ ପଲ୍ସର ବାଇକରେ ୬ ଡକାୟତ ସୁନା କାରିଗରଙ୍କୁ ପ୍ରଥମେ ବାଇକରୁ ଠେଲି ଭୂଜାଲି ଦେଖାଇଥିଲେ । ଏହାପରେ ଆନୁମାନିକ ୨୫ ଲକ୍ଷ ଟଙ୍କାର ସୁନା ଲୁଟ କରି ଫେରାର ହୋଇଯାଇଥିଲେ। ଏନେଇ ଛାନଭିନ୍ନ ଆରମ୍ଭ କରିଛି ସୋର ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.