Below header

କରୋନା ଭ୍ୟାକସିନ ପ୍ରସ୍ତୁତିରେ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କଲେ ଭଜି, ସୋସିଆଲ ମିଡିଆରେ ଦେଲେ ଏମିତି କିଛି ବାର୍ତ୍ତା

ବିଶ୍ୱରେ କରୋନା ଭାଇରସ ପ୍ରଭାବ ଦିନ କୁ ଦିନ ବଢ଼ିବାରେ ଲାଗିଛି । ବିଶ୍ୱର ଅଧିକାଂଶ ଦେଶରେ ତ ଦ୍ଵିତୀୟ ଥର ପାଇଁ ଲକଡାଉନ ଘୋଷଣା କରାଯାଇଛି । ମଙ୍ଗଳବାର ଗୋଟିଏ ଦିନରେ ରାଜଧାନୀ ଦିଲ୍ଲୀରେ ରେକର୍ଡ ସଂଖ୍ୟକ ୬ ହଜାର ୭୨୫ ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ କରୋନାର ତୃତୀୟ ପ୍ରଭାବ ରାଜଧାନୀରେ ପଡିବା ନେଇ ଆଶଙ୍କା ଦିନ କୁ ଦିନ ମଜବୁତ ହେବାରେ ଲାଗିଛି । ଅଧିକାଂଶଙ୍କର ଧାରଣା ଥିଲାଯେ, ଚଳିତ ବର୍ଷ ଶେଷ ସୁଦ୍ଧା ନିଶ୍ଚିତ ରୂପେ ଭ୍ୟାକସିନ ଲଞ୍ଚ ହୋଇଯିବ । କିନ୍ତୁ ଏକ୍ଷେତ୍ରରେ ଏଯାବତ ସଫଳତା ମିଳିପାରିନାହିଁ । ଏହାକୁ ନେଇ ଇଣ୍ଡିଆ କ୍ରିକେଟ ଟିମର ପୂର୍ବ ସ୍ପିନର ହରଭଜନ ସିଂହ ଅସନ୍ତୋଷ ପ୍ରକାଶ କରିଛନ୍ତି ।

corona

ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏକ ବାର୍ତ୍ତା ଲେଖି ସେଥିରେ ନିଜ ରିଆକ୍ସନ ଦେଇଛନ୍ତି । ଏଥିରେ ସେ ଲେଖିଛନ୍ତିକି, କେବଳ ମାତ୍ର କରୋନା ଭ୍ୟାକସିନ ପ୍ରସ୍ତୁତ ହୋଇପାରିନାହିଁ । ନଚେତ ଆଉ ସବୁ ଜିନିଷ ପ୍ରସ୍ତୁତ ହେବାରେ ଲାଗିଛି । ଜୀବାଣୁ ସହିତ ୯୯.୯ ପ୍ରତିଶତ ପର୍ଯ୍ୟନ୍ତ ଲଢ଼ିପାରୁଥିବା ଭଳି ପେଣ୍ଟ, ଡିଷ୍ଟେମ୍ପର , ଫ୍ଲୋର କ୍ଲିନର, ଟଏଲେଟ କଲିନର ଠାରୁ ଆରମ୍ଭ କରି ମଇଦା, ବେସନ, ସୋୟାବିନ ତେଲ ପ୍ରଭୁତି ବଜାରରେ ଲଂଚ ହେବାରେ ଲାଗିଛି ।

ଅନ୍ୟପକ୍ଷରେ, ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୮୩ ଲକ୍ଷ ପାର ହୋଇସାରିଲାଣି । ଗୋଟେ ପଟରେ ସୁସ୍ଥ ସଂଖ୍ୟା ଓ ସଂକ୍ରମିତ ସଂଖ୍ୟା ମଧ୍ୟର ଅନ୍ତର ବଢି ବଢି ଚାଲିଥିବା ବେଳେ କିନ୍ତୁ ବଢି ଚାଲିଥିବା ମୃତ୍ୟୁ ସଂଖ୍ୟା ଲୋକଙ୍କ ମନରେ ଏକ ପ୍ରକାର ଆତଙ୍କ ସୃଷ୍ଟି କରିଛି । ବଜାରକୁ କେବେ ଭ୍ୟାକସିନ ଆସିବ ଏହାର ସଠିକ ଚିକିତ୍ସା କେବେ ଆରମ୍ଭ ହେବ ସେହି ଆଶଙ୍କାରେ ଅଛନ୍ତି ଦେଶବାସୀ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.