ପୁରୀ: ରଥଖଳାକୁ ବିଜେ ହେଲା ମହାପ୍ରଭୁଙ୍କ ଆଜ୍ଞାମାଳ, କାଲି ଯିବେ ମାଉସୀ ମା’ଘର

ପୁରୀ(କେନ୍ୟୁଜ୍):  ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ରଥ ପ୍ରସ୍ତୁତ, ପଥ ପ୍ରସ୍ତୁତ। ସକାଳଧୂପ ପରେ ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ । ଆଜ୍ଞାମାଳ ଆସିବା ପରେ ତିନିରଥକୁ ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ଟଣାଯାଉଛି। ପ୍ରଥମେ ଜଗନ୍ନାଥଙ୍କ ନନ୍ଦିଘୋଷ ରଥକୁ ଟାଣିଥିଲେ ସେବାୟତ। ଏହାପରେ ସୁଭଦ୍ରାଙ୍କ ଦେବଦଳନ ରଥକୁ ଟଣାଯାଇଥିଲା। ପରେ ତାଳଧ୍ୱଜ ରଥକୁ ସିଂହଦ୍ୱାର ସମ୍ମୁଖକୁ ଅଣାଯିବ। ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିଛି ଶ୍ରୀକ୍ଷେତ୍ର । ଆଜି ରାତି ୮ଟାରୁ ୧୩ତାରିଖ ରାତି ୮ଟା ଯାଏଁ ପୁରୀ ସହରରେ କର୍ଫ୍ୟୁ ଲାଗିବ ।

ମୁତୟନ ହେବେ ୬୫ ପ୍ଲାଟୁନ ଫୋର୍ସ । ସୁରକ୍ଷା ଦୃଷ୍ଟିରୁ ପୁରୀ ସହରକୁ ୧୨ଟି ଜୋନ ଓ ବଡ଼ଦାଣ୍ଡକୁ ୪ ଜୋନରେ ବିଭକ୍ତ କରାଯାଇଛି । ପ୍ରାୟ ୬୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।

puri angya mala

୧୦ଜଣ ଅତିରିକ୍ତ ଏସ୍‌ପି, ୩୧ ଡିଏସପି, ୬୪ ଇନିସପେକ୍ଟର, ୨୨୨ ASI ଓ SIଙ୍କୁ ନିୟୋଜିତ କରାଯିବ । ପୁରୀର ସବୁ ପ୍ରବେଶ ପଥ ସିଲ୍‌ ହେବ । ସିସିଟିଭି ନଜରରେ ରହିବ ପୁରୀ ।  ଆଜି ଶ୍ରୀମନ୍ଦିରରେ ପାଳନ ହେଉଛି ଉଭା ଯାତ୍ରା । କୋଭିଡ କଟକଣାରେ ଚାଲିଛି ସମସ୍ତ ନୀତିକାନ୍ତି.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.