ଆଜି ଶ୍ରୀମନ୍ଦିର ବନ୍ଦ କିନ୍ତୁ ଶ୍ରୀଜିଉଙ୍କ ଦୈନନ୍ଦିନ ନୀତିକାନ୍ତି ଚାଲିବ, କୋଭିଡ ଗାଇଡଲାଇନ ଅନୁସାରେ ରଥ ନିର୍ମାଣ କାର୍ଯ୍ୟ ଚାଲିବ

ପୁରୀ(କେନ୍ୟୁଜ୍): କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି । ଶ୍ରଦ୍ଧାଳୁଙ୍କ ପାଇଁ ବନ୍ଦ ହେଲା ପୁରୀ ଶ୍ରୀମନ୍ଦିର । ଆସନ୍ତା ମେ ୧୫ ଯାଏ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ତେବେ ଶ୍ରୀଜିଉଙ୍କ ଦୈନନ୍ଦିନ ନୀତିକାନ୍ତି ଚାଲିବ । ତେବେ ରଥ ନିର୍ମାଣ ପାଇଁ ରୀତନୀତି ଅନୁସାରେ ସମସ୍ତ ପ୍ରସ୍ତୁତି ଚାଲିବ । କୋଭିଡ ଗାଇଡଲାଇନ ଅନୁସାରେ ରଥ ନିର୍ମାଣ କାର୍ଯ୍ୟ ଚାଲିବ ।  ସେହିପରି ଚନ୍ଦନ ଯାତ୍ରା, ସ୍ନାନ ଯାତ୍ରା ଓ ରଥଯାତ୍ରା ପାଇଁ ମାସ୍କ ଓ ସାନିଟାଇଜର ମହଜୁଦ ରଖିବାକୁ ଶ୍ରୀମନ୍ଦିର ପ୍ରଶାସନ ଆଗୁଆ ପଦକ୍ଷେପ ନେବ ।

ସେବାୟତ ପରିବାର ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ନିୟମତି ସ୍କ୍ରିନିଂ ଓ ଟେଷ୍ଟିଂ କରାଯିବ । ନୀଳାଦ୍ରି ଭକ୍ତ ନିବାସରେ ଖୋଲିଥିବା କୋଭିଡ କେୟାର ସେଣ୍ଟର ଭିତ୍ତିଭୂମିକୁ ସୁଦୃଢ଼ କରାଯିବ । ମାସ୍କ, ସାନିଟାଇଜର ସାମାଜିକ ଦୂରତା  ସଂପର୍କରେ ସଚେତନତା କାର୍ଯ୍ୟକ୍ରମ କରାଯିବ । ମହାପ୍ରଭୁଙ୍କ ନୀତିକାନ୍ତି ଓ ରଥ ନିର୍ମାଣରେ ନିୟୋଜିତ ବିଶ୍ୱକର୍ମା ମହାରଣାଙ୍କୁ କୋଭିଡ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଇଛି । ଆସନ୍ତା ମେ ୬ରେ ବୈଠକ ବସି ସ୍ଥିତି ସମୀକ୍ଷା କରାଯିବ । କରୋନା ରେଡ୍‌ ଜୋନରେ ଅଛି ପୁରୀ । ଏବେ ଦୈନିକ ସଂକ୍ରମଣ ଶହେ ଉପରେ ରହୁଛି । ୨୦୧୧ଟି ଆକ୍ଟିଭ୍‌ କେସ୍‌ ରହିଛି । ମୁକାବିଲା ପାଇଁ ରାଜ୍ୟ ବାହାର ପର୍ଯ୍ୟଟକଙ୍କ ପ୍ରବେଶ ଉପରେ ପ୍ରଶାସନ କଟକଣା ଜାରି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.