ରାମନବମୀରେ ମିଳିଲା ଭଗବାନ ଶ୍ରୀକୃଷ୍ଣଙ୍କ ଦେଢଫୁଟର ମୁଗୁନି ପଥର ବିଗ୍ରହ: ବନ୍‌ସି କଣ୍ଟାରେ ଲାଗିଲେ ଭଗବାନ

ଯାଜପୁର (କେନ୍ୟୁଜ): ମାଛଧରାଳିର ବନ୍‌ସି କଣ୍ଟାରେ ଲାଗି ଖରସ୍ରୋତା ନଦୀ ଗର୍ଭରୁ ଉଦ୍ଧାର ହେଲା ଭଗବାନ ଶ୍ରୀକୃଷ୍ଣଙ୍କର ଦେଢଫୁଟ ର ମୁଗୁନି ପଥର ବିଗ୍ରହ।ଏପରି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଶ୍ରୀବନ୍ତପୁର ଅଂଚଳରେ।ଶ୍ରୀବନ୍ତପୁର ନିକଟରେ ରହିଛି ଯୋକଡ଼ିଆ ବ୍ୟାରେଜ।ଏହି ବ୍ୟାରେଜ ନିକଟ ଖରସ୍ରୋତା ନଦୀରେ ପ୍ରତିଦିନ ବନସି ପକାଇ ମାଛ ଧରନ୍ତି ଶ୍ରୀବନ୍ତପୁର ଗାଁଖଲିଲ ଖାନ ।ତେବେ ୪/୫ ଦିନ ତଳେ ସେ ନଦୀରେ ବନସି ପକାଇ ମାଛ ଧରୁଥିବା ବେଳେ ବନସିରେ ଏକ ବଡ ମାଛ ଲାଗିଥିବା ଅନୁମାନ କରି ପାଣିରେ ବୁଡିଥିଲେ।

ଏହାପରେ ସେ ପାଣିରୁ ସେହି ମୃତ୍ତିଟିକୁ ଉଦ୍ଧାର କରିବା ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଏବେ ମୃତ୍ତିଟିକୁ ଶ୍ରୀବନ୍ତପୁର ଗାଁ ଠାକୁର ଘରେ ରଖାଯାଇଛି।ଏହି ମୃତ୍ତିର ଉଚ୍ଚତା ଦେଢଫୁଟ ହୋଇଥିବା ବେଳେ ଏହା ପ୍ରାୟ କେଜି ଓଜନର ହେବ ବୋଲି ଉଦ୍ଧାର କାରୀ କହିଛନ୍ତି ।ଏତେ ସୁନ୍ଦର ନିଖୁଣ ମୂର୍ତ୍ତି ନଦୀ ଗର୍ଭକୁ କିପରି ଆସିଲା ସେନେଇ ସାଧାରଣରେ ପ୍ରଶ୍ନବାଚି ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.