ୟୁକ୍ରେନ୍‌ ରାସ୍ତାରେ ଜେଲେନ୍‌ସ୍କିଙ୍କ ବୁଲୁଛନ୍ତି ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌; ଦେଖନ୍ତୁ ଭିଡିଓ

ୟୁକ୍ରେନ୍‌ ଉପରେ ଅବିରତ ଆକ୍ରମଣ କରି ଚାଲିଛି ରୁଷ୍‌। ଏଭଳି ଏକ ଘଡ଼ି ସନ୍ଧି ମୁହୂର୍ତ୍ତରେ ୟୁକ୍ରେନ୍‌ରେ ପହଞ୍ଚିଛନ୍ତି ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌। ଏହି ଅଚାନକ ଯାତ୍ରା ବେଳେ ସେ କିଭ୍‌ର ରାସ୍ତାରେ ୟୁକ୍ରେନ୍‌ର ରାଷ୍ଟ୍ରପତି ବୋଲଦିମିର ଜେଲେନ୍‌ସ୍କିଙ୍କ ସହ ବୁଲୁଥିବା ଦେଖାଯାଇଛି। ୟୁକ୍ରେନ୍‌ ସରକାରଙ୍କ ପକ୍ଷରୁ ସେୟାର କରାଯାଇଥିବା ୨ ମିନିଟ୍‌ରୁ ଅଧିକ ଲମ୍ବା ଭିଡିଓରେ ଉଭୟ ନେତାଙ୍କୁ ସ୍ନାଇପର୍ସ ଓ ଅନ୍ୟ ସୁରକ୍ଷା ମଧ୍ୟରେ ରାସ୍ତାରେ ବୁଲୁଥିବା ଦେଖାଯାଇଛି। କିଭ୍‌ର ମୁଖ୍ୟ କ୍ରେଶଚ୍ୟାଟିକ୍‌ ରାସ୍ତାରେ ଯାଉଥିବା ବେଳେ ଉଭୟଙ୍କୁ ଅଭିବାଦନ କରୁଥିବାର ନଜର ଆସିଛି।

ଏହି ଦୁଇ ନେତାଙ୍କୁ ରାସ୍ତାରେ ଦେଖି ଲୋକମାନେ ଭାବୁକ ହୋଇପଡ଼ୁଥିବା ଦେଖାଯାଇଛି। ବ୍ୟକ୍ତି ଜଣକ କହୁଛନ୍ତି- ଏଠାରେ ଆପଣଙ୍କର ଆବଶ୍ୟକତା ରହିଛି। ଜନ୍‌ସନ୍‌ ମଧ୍ୟ ଏହାର ଜବାବ୍‌ ଦେଇଛନ୍ତି। ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ କହୁଛନ୍ତି- ଆପଣଙ୍କ ସହ ସାକ୍ଷାତ କରି ଭଲ ଲାଗିଲା। ଆମକୁ ସାହାଯ୍ୟ କରିବାକୁ ସୌଭାଗ୍ୟ ମିଳିଛି। ଆପଣଙ୍କ ପାଖରେ ଜଣେ ଭଲ ରାଷ୍ଟ୍ରପତି ମିଷ୍ଟର ଜେଲେନ୍‌ସ୍କି ଅଛନ୍ତି।

ଫେବ୍ରୁଆରୀ ୨୪ରେ ରୁଷ୍‌ ପକ୍ଷରୁ ୟୁକ୍ରେନ୍‌ ଉପରେ ଆକ୍ରମଣ ପରେ ଜନ୍‌ସନ୍‌ଙ୍କ ଗସ୍ତ ସେଠାକୁ କୌଣସି ଜି-୭ ନେତାଙ୍କ ପ୍ରଥମ ଯାତ୍ରା। ୟୁକ୍ରେନ୍‌ ଗସ୍ତ ଅବସରରେ ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ୧୨୦ଟି ଯୁଦ୍ଧ ବାହନ ଓ ନୂଆ ଆଣ୍ଟିସିପ୍‌ ମିସାଇଲ୍‌ ସିଷ୍ଟମ୍‌ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାଯୋଗ୍ୟ ଯେ ରୁଷ୍‌ ଆକ୍ରମଣ ପରେ ୟୁକ୍ରେନ୍‌ର ଲକ୍ଷ ଲକ୍ଷ ଲୋକ ଦେଶ ଛାଡ଼ିଛନ୍ତି। କିନ୍ତୁ ୟୁକ୍ରେନ୍‌ର ଶକ୍ତିଶାଳୀ ସେନାକୁ ଟକ୍କର ଦେଇପାରିନାହାନ୍ତି ରୁଷ୍‌ ସେନା। ସେମାନେ ଏବେ ବି ୟୁକ୍ରେନ୍‌ ଦଖଲ କରିବାକୁ ଚେଷ୍ଟା ଜାରି ରଖିଛନ୍ତି।

Also Read: ଦିଲ୍ଲୀପ କୁମାରଙ୍କ ନିଧନ ପରେ ନିରବୀ ଯାଇଛନ୍ତି ସାଏରା, କାହା ଫୋନ୍‌ ଉଠାଉନାହାନ୍ତି କି ଦେଖା ବି କରୁନାହାନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.