ନ୍ୟାୟ ପାଇଁ ପ୍ରେମିକ ଦୁଆରେ ପ୍ରେମିକା, ଘର ଲୋକ ପଳାଇ ଗଲେ

ଯାଜପୁର ରୋଡ (କେ ନ୍ୟୁଜ) : ନ୍ୟାୟ ପାଇଁ ପ୍ରେମିକ ଘର ସାମ୍ନାରେ ବସିଲା ପ୍ରେମିକା। ତାଙ୍କର ଅଭିଯୋଗ ହେଉଛି ପ୍ରେମିକ ଜଣକ ତାଙ୍କୁ ପ୍ରେମ କରି ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏବେ କଥାରୁ ଓହରି ଯାଉଛନ୍ତି । ତେଣୁ ସେ ନିଜ ହକ୍‌ ପାଇଁ ପ୍ରେମିକ ଘର ସାମ୍ନାରେ ଜଗି ବସିଥିଲେ ।

ଏ ଘଟଣା ହେଉଛି ଯାଜପୁର ଜିଲ୍ଲା କୋରେଇ ଥାନା ରଗଡ଼ି ଗାଁର । ଏହି ଗାଁର ରଞ୍ଜନ ଆଚାର୍ଯ୍ୟ ଭୁବନେଶ୍ବର ଖଣ୍ଡଗିରି ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ସହ କୁଆଡ଼େ ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିଲେ । ଆଉ ଏବେ ବିବାହ କରିବ ନାହିଁ ବୋଲି କହି ତାଙ୍କ ଠାରୁ ଦୂରେଇ ରହୁଛନ୍ତି ବୋଲି ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି । ଅନ୍ୟପଟେ ଯୁବତୀ ଜଣଙ୍କ ତାଙ୍କ ଦୁଆରେ ବସି ରଞ୍ଜନ ତାଙ୍କୁ ବାହା ନହେଲା ଯାଏ ସେଠାରୁ ଉଠିବେ ନାହିଁ ବୋଲି ଜିଦ୍ କରିଥିଲେ । ତେଣୁ ରଞ୍ଜନଙ୍କ ବାପା ମା ଘରେ ତାଲା ପକାଇ କୁଆଡେ ଚାଲି ଯାଇଛନ୍ତି । ରଞ୍ଜନ ଭୁବନେଶ୍ବରରେ ଥିବା ପଡୋଶୀ ଲୋକଙ୍କ ଠାରୁ ଜାଣିବାକୁ ମିଳିଛି।

କୋରେଇ ପୋଲିସ ଏ ସମ୍ପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଯୁବତୀ ଜଣଙ୍କ ରଞ୍ଜନ ଆସି ତାଙ୍କୁ ବିବାହ କରିବା ପରେ ଘଟଣାର ସମାଧାନ ହେବ ବୋଲି କହିଛନ୍ତି । ଅବଶ୍ୟ ପରେ ପୋଲିସ୍‌ ଯୁବତୀ ଜଣକୁ ବୁଝାଶୁଝା କରି ଥଇଥାନ କେନ୍ଦ୍ରକୁ ନେଇଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ ଆମେ ଫୋନ୍‌ ଯୋଗେ ରଞ୍ଜନଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲୁ । ତାଙ୍କ ପ୍ରତିକ୍ରିୟା ଜାଣିବାକୁ ଚାହିଁଥିଲୁ । ପ୍ରଥମେ ସେ ଆମ ଫୋନ୍‌ ଉଠାଇ ନଥିଲେ । ଆଉ ପରେ ଫୋନ୍‌ରେ କହିଥିଲେ କି ଏବେ ମହିଳା ଥାନାରେ ଅଛନ୍ତି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.