Below header

ପ୍ରତିଦିନ ସକାଳୁ ଖାଆନ୍ତୁ ବୁଟ,କୋଷେ ଦୂରେରେ ରହିବ ରୋଗ

ବୁଟକୁ ବତୁରାଇ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ବହୁତ ହିତକର। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ ପ୍ରତିଦିନ ସକାଳୁ ଗୋଟିଏ ମୁଠା ବୁଟ ଖାଇବା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭକାରୀ ହୋଇଥାଏ। କିନ୍ତୁ ଏହାକୁ ଅଧିକ ମାତ୍ରାରେ ଖାଇଲେ ବି ପେଟ ସମସ୍ୟା ହୋଇପାରେ।ବତୁରାଯାଇଥିବା ବୁଟରେ ଅନେକ ପୋଷାକ ତତ୍ତ୍ୱ ଅଛି ଯାହା ଶରୀର ପାଇଁ ମହତ୍ତ୍ୱପୂର୍ଣ୍ଣ। ଯେଉଁମାନେ ଶାକାହାରୀ ସେମାନଙ୍କୁ ପ୍ରୋଟିନ୍‌ ବହୁତ କମ୍‌ ମିଳିଥାଏ। ଶାକାହାରୀଙ୍କ ପାଇଁ ପ୍ରୋଟିନ ପାଇବାକୁ ଏହା ବହୁତ ଭଲ ହୋଇଥାଏ।

ବୁଟରେ ଭରପୂର ମାତ୍ରାରେ ପ୍ରୋଟିନ ରହିଛି। ଏନିମିଆ ପୀଡିତଙ୍କ ପାଇଁ କଳା ବୁଟ ବହୁତ ଲାଭଦାୟକ। ବୁଟରେ ଭରପୂର ମାତ୍ରାରେ ଆଇରନ ରହିଛି ଯାହା ଶରୀରରେ ହିମୋଗ୍ଲୋବିନ ସ୍ଥର ସୁଧାରିବାରେ ସାହାଯ୍ୟ କରିଥାଏ। ବତୁରା ହୋଇଥିବା ବୁଟରେ ଭରପୂର ମାତ୍ରାରେ ଫାଇବର ରହିଛି ଯାହା ପାଚନ ତନ୍ତ୍ରକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରରୁ ହାନିକାରକ ବିଷାକ୍ତ ପଦାର୍ଥ ବାହାର କରିବା ସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ। ଏହାକୁ ନିୟମିତ ଖାଇଲେ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ଏଥିସହ ଯେଉଁମାନେ ଓଜନ କମ କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ବୁଟ ବହୁତ ଭଲ ବିକଳ୍ପ। ଆଣ୍ଟିଅକ୍ସିଡାଣ୍ଟ ଓ ଫାଇବର ଯୋଗୁଁ ଅଧିକ ସମୟ ଯାଏଁ ଭୋକ ମଧ୍ୟ ହୋଇନଥାଏ। ସେଥିପାଇଁ ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ଇଛା ହୋଇନଥାଏ ଏବଂ ଓଜନକୁ ସହଜରେ କମ କରାଯାଇପାରେ। ବୁଟ ପିତ୍ତ ଏସିଡ ନିୟନ୍ତ୍ରଣ କରିବା ସହ କୋଲେଷ୍ଟ୍ରଲ ସ୍ତର ମଧ୍ୟ କମ କରିଥାଏ। କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣ ହେଲେ ହୃଦୟ ରୋଗ ବିକଶିତ ହେବାର ସମ୍ଭାବନା କମ ଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.