ଏଠାରେ ଉଭୟ ହିନ୍ଦୁ ଓ ମୁସଲିମ ମାଆଙ୍କୁ କରିଥାନ୍ତି ପୂଜା, ପରମ୍ପରାକୁ ରଖିଛନ୍ତି ସବୁଠୁ ଆଗରେ

ପାକିସ୍ତାନ ଏକ ମୁସଲିମ ବହୁଳ ଦେଶ। ଏଠାରେ ଏମିତି ଏକ ମନ୍ଦିର ରହିଛି ଯେଉଁଠି ମୁସଲିମ ମାନେ ଯାଇ ପୂଜା କରିଥାନ୍ତି। ଆଜି ଆମେ ପାକିସ୍ତାନର ସେହି ମନ୍ଦିର ସମ୍ପର୍କରେ କହିବୁ। ଏଠାରେ କେବଳ ହିନ୍ଦୁ ନୁହେଁ ବରଂ ମୁସଲିମ ମାନେ ଯାଇ ମଧ୍ୟ ପୂଜା କରିଥାନ୍ତି।

ପାକିସ୍ତାନର ବେଲୁଚିସ୍ତାନରେ ଏହି ମନ୍ଦିର ରହିଛି। ଯାହାର ନାମ ହିଙ୍ଗଳାଜ। ଏଠାରେ ମାତା ହିଙ୍ଗଳାଜ ସ୍ଥାପିତ ହୋଇଛନ୍ତି। ପୁରାଣ ବର୍ଣ୍ଣିତ ଏଠାରେ ମାତା ସତୀଙ୍କର ମୁଣ୍ଡ ଭାଗ ପଡ଼ିଥିଲା। ଏହା ସେହି ସ୍ଥାନ। ଯାହାକି ବାଲୁଚିସ୍ତାନରୁ ୧୨୦ କିମି ଦୂର ହିଙ୍ଗୁଳ ନଦୀ କୂଳରେ ରହିଛି। ଏହି ମନ୍ଦିରକୁ ୧୫ଶହ ବର୍ଷ ପୂର୍ବେ ଅନେକ ଶତ୍ରୁ ଆକ୍ରମଶ କରିଥିଲେ ।ଏଠାରେ ପ୍ରତିଦିନ ମାତାଙ୍କର ଜୟ ଜୟ କାର ଧ୍ୱନି ଶୁଣିବାକୁ ମିଳିଥାଏ। ଏଥିପାଇଁ ଉଭୟ ହିନ୍ଦୁ ଓ ମୁସଲିମ ସାମିଲ ଥାନ୍ତି। ଏହାକୁ ହିଙ୍ଗଳାଜ ଭବାନୀ ଶକ୍ତିପୀଠ ନାମରେ ଜଣାଯାଏ। ସ୍ଥାନକୁ ନେଇ ମନ୍ଦିରର ନାମକରଣ କରାଯାଇଛି।

ଏହା ୫୧ ଶକ୍ତି ପୀଠ ମଧ୍ୟରୁ ଅନ୍ୟତମ। ଏହା ମାତାଙ୍କର ପ୍ରଥମ ମନ୍ଦିର ବୋଲି କୁହାଯାଏ। ଏହି ମନ୍ଦିରର ସବୁଠୁ ଖାସ କଥା ହେଉଛି ଏଠାରେ ଉଭୟ ହିନ୍ଦୁ ଓ ମୁସଲିମ୍‌ ଲୋକ ପୂଜାର୍ଚ୍ଚନା କରିଥାନ୍ତି। ଏହାକୁ ମୁସଲିମ ଲୋକ ମାନେ ନାନୀ କି ମନ୍ଦିର ରୂପେ ଜାଣିଥାନ୍ତି। ମନାଯାଏ ମୁସଲିମ ଲୋକମାନେ ଏଠାରେ କୌଣସି ଏକ ପ୍ରାଚୀନ ପରମ୍ପରାକୁ ପାଳନ କରିବା ପାଇଁ ଏଭଳି ଆସ୍ଥା ରଖିଛନ୍ତି। ଏହା ସେମାନଙ୍କ ପାଇଁ ଏକ ତୀର୍ଥସ୍ଥାନ । ତେଣୁ ଏହି ମନ୍ଦିରକୁ ସେମାନେ ନାନୀ କି ହଜ୍‌ କହିଥାନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.