ପ୍ରେମିକ ଛଡେଇନେଲା ପ୍ରେମିକା ମଥାର ସିନ୍ଦୁର, ଦିନ ଦ୍ବିପହରରେ ଛୁରୀ ଭୁସି କଲା ହତ୍ୟା

ପାରଳାଖେମୁଣ୍ଡି(କେ ନ୍ୟୁଜ): ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ଜିରାଙ୍ଗ ଗ୍ରାମରେ ଦିବାଲୋକରେ ହୋଇଛି ହତ୍ୟା । ରାଶିବାଡ ଗ୍ରାମର ରଂଜିତ ଦଣ୍ଡିଆ ନିଜ ସ୍ତ୍ରୀ ଓ ବର୍ଷକର ଝିଅ ସହ ଜିରାଙ୍ଗ ଗ୍ରାମର ହାଟ ନିକଟରୁ ଅଟୋ ଯୋଗେ ଶାଶୁ ଘରକୁ ଯାଉଥିବା ବେଳେ ହଟାତ ମୋଟର ସାଇକଲରେ ଆସି ଗଂଜାମ ଜିଲ୍ଲାର ବାପୁନି ଆର୍ଚାରୀ ନିର୍ମମ ଭାବେ ହତ୍ୟା କରିଥିଲା । ହତ୍ୟାକରୀ ବାପୁନି ରଂଜିତର ଛାତିକୁ ତିନିଥର ଛୁରା ମାଡ କରିଥିଲା ।

ଚିକିତ୍ସା ପାଇଁ ଗୁରୁତର ଅବସ୍ଥାରେ ପ୍ରଥମେ ଜିରାଙ୍ଗ ଚିକିତ୍ସା କେନ୍ଦ୍ର ପରେ ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ର ପାରଳାଖେମୁଣ୍ଡିକୁ ସ୍ଥାନାନ୍ତର କରାଯିବା ବେଳେ ରଂଜିତଙ୍କ ମୄତ୍ୟୁ ଘଟିଥିଲା । କିନ୍ତୁ ଘଟଣା ସ୍ଥଳରେ ଜିରାଙ୍ଗ ଫାଣ୍ଡି ପୋଲିସ ଉପସ୍ଥିତ ରହିଥିବାରୁ ହତ୍ୟାକରୀକୁ ଧରିବାରେ ସମର୍ଥ ହୋଇଥିଲା । ସେପଟେ ପୂର୍ବରୁ ମୄତ ରଂଜିତର ପତ୍ନୀକୁ ନେଇ ହୋଇଥିବା ଗଣ୍ଡଗୋଳ ଓ ବିବାଦ ଏହି ହତ୍ୟାକାଣ୍ଡର କରୁଣ ପରିଣତି ପରିବାର ବର୍ଗ ସୁତ୍ରରୁ ଜଣାପଡିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.