ଗଞ୍ଜାମରେ ପ୍ରେମିକାକୁ ଜିଅନ୍ତା ଜାଳିଦେବା ଘଟଣା, ପ୍ରେମିକ ନାଁରେ ଏତଲା ଦେଲେ ଯୁବତୀଙ୍କ ବାପା

ବ୍ରହ୍ମପୁର(କେନ୍ଯୁଜ୍): ଗଞ୍ଜାମରେ ପ୍ରେମିକାକୁ ଜିଅନ୍ତା ଜାଳିଦେବା ଘଟଣା । ପ୍ରେମିକ ନାଁରେ ଏତଲା ଦେଲେ ଯୁବତୀଙ୍କ ବାପା । ଏକତରଫା ପ୍ରେମ ଓ ଅପହରଣ ପରେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ପୁରୁଷୋତ୍ତମପୁର ଥାନାରେ ଏତଲା ଦେଇଛନ୍ତି । ସବୁବେଳେ ଝିଅକୁ ହଇରାଣ କରୁଥିବା କହିଛନ୍ତି ଯୁବତୀଙ୍କ ବାପା ।

ସେପଟେ ମୃତ ଶୁଭସ୍ମିତା ଜଣେ ମାନସିକ ବିକାରଗ୍ରସ୍ତ ଥିଲେ । ଘଟଣା ସମୟରେ ସେ ଉପସ୍ଥିତ ନଥିଲେ ବୋଲି କହିଛନ୍ତି କୃଷ୍ଣଚନ୍ଦ୍ର। ଯୁବତୀଙ୍କ ମୃତ୍ୟୁକାଳୀନ ଜମାନବନ୍ଦୀ ଆଧାରରେ ପୋଲିସ କୃଷ୍ଣଚନ୍ଦ୍ରଙ୍କୁ ଗିରଫ କରିଛି । ଯୁବତୀ ଜଣକ ସ୍ପଷ୍ଟ ଭାବରେ କହିଛନ୍ତି,ତାଙ୍କୁ ଫୋନ୍‌ କରି ଏକ ପରିତ୍ୟକ୍ତ କାରଖାନା ପାଖକୁ ଡକାଇଥିଲେ କୃଷ୍ଣଚନ୍ଦ୍ର । ସେଠାରେ ବିବାହ କରିବାକୁ ଜିଦ୍‌ ଧରିଥିଲେ ଶୁଭସ୍ମିତା । ଏହାକୁ ନେଇ ଦୁହିଁଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ଏହାପରେ ପ୍ରେମିକ ସ୍ପିରିଟ୍‌ ପକାଇ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.