ଅବପାତର ରୂପ ନେଲା ସୁଦୃଶ୍ୟ ଲଘୁଚାପ, ହେଲେ ବାତ୍ୟା ହେବାର କୌଣସି ଆଶଙ୍କା ନାହିଁ

ଭୁବନେଶ୍ୱର(କେନ୍ୟୁଜ୍): ଅବପାତର ରୂପ ନେଲା ସୁଦୃଶ୍ୟ ଲଘୁଚାପ। ଉତ୍ତର-ପୂର୍ବ ଓ ପାର୍ଶ୍ୱବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଅବପାତର ରୂପ ନେଇଛି ଲଘୁଚାପ। ଏହା ଏବେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆଗାମୀ ୬ ଘଣ୍ଟା ମଧ୍ୟରେ ଘନୀଭୂତ ହେବ। ଏହାପରେ ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଲଘୁଚାପ ପ୍ରଭାବରେ ବଢିବ ବର୍ଷା ପରିମାଣ ।

ଦୁଇ ଦିନ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନ ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗୋଟିଏ ଦୁଇଟି ସ୍ଥାନରେ ଅତି ଭୀଷଣ ବର୍ଷାର ଆଶଙ୍କା ରହିଛି। ଆଜି ଅତି ଭୀଷଣ ବର୍ଷା ପାଇଁ ୨ ଜିଲ୍ଲା କେନ୍ଦୁଝର ଓ ମୟୂରଭଞ୍ଜକୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ପ୍ରବଳରୁ ଅତିପ୍ରବଳ ବର୍ଷା ପାଇଁ ୧୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨୦ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶା ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷାର ଚେତାବନୀ ଜାରି ହୋଇଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ୮ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଓ ପ୍ରବଳ ବର୍ଷା ପାଇଁ ୭ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

abapata

ହେଲେ ଡିପ୍‌ ଡିପ୍ରେସନ ବାତ୍ୟା ରୂପ ନେବ ନାହିଁ । ବାତ୍ୟା ହେବାର କୌଣସି ଆଶଙ୍କା ନାହିଁ ବୋଲି କହିଛନ୍ତି ସାଇକ୍ଲୋନ୍‌ ଓ୍ଵାର୍ଣ୍ଣିଂ ସେଣ୍ଟର ନିର୍ଦ୍ଦେଶକ ଆର କେ ଜେନାମଣି । ଆମେରିକା ପାଣିପାଗ ସଂସ୍ଥା JTWC ଳଘୁଚାପ ବାତ୍ୟା ରୂପ ନେଇପାରେ ବୋଲି ଆକଳନ କରିଥିଲା । ହେଲେ IMD କହିଛି ବାତ୍ୟାର କୌଣସି ଆଶଙ୍କା ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.