ଆଜି ସଂଧ୍ୟାରେ ବାତ୍ୟାର ରୂପ ନେବ ଲଘୁଚାପ ! ଉପକୂଳ ଓଡ଼ିଶାରେ ୧୮ରୁ ବର୍ଷା ଆରମ୍ଭ

ଭୁବନେଶ୍ବର: କୁଆଡେ ମୁହାଁଇବ ଆମ୍ଫାନ ? ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘନୀଭୂତ ହୋଇଛି ଲଘୁଚାପ । ଆଜି ସଂଧ୍ୟାରେ ବାତ୍ୟାର ରୂପ ନେଇପାରେ । ଏହା ପରେ ସାମୁଦ୍ରିକ ଝଡ ଗତିଶୀଳ ହେବ । ବାତ୍ୟାର ରୂପ ନେବା ପରେ ପଶ୍ଚିମ ଓ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିିବା ଅନୁମାନ କରାଯାଉଛି । ରବିବାର ଉତ୍ତର ପଶ୍ଚିମଦିଗରେ ଗତି କରିବ । ୧୮-୧୯ ତାରିଖ ବେଳକୁ ରିକର୍ଭ କରିବ । ବଦଳିବ ଗତିପଥ । କେଉଁଠି ଲ୍ୟାଣ୍ଡଫଲ କରିବା ତାକୁ ନେଇ ଚିତ୍ର ସ୍ପଷ୍ଟ ହୋଇ ନାହିଁ । ତେବେ ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗରୁ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ କରିବା ନେଇ ପୂର୍ବାନୁମାନ କରିଛି ସ୍କାଏମେଟ୍‌ ।

stromeସେହିପରି ଆକ୍ୱାେଓ୍ଵଦରର ପୂର୍ବାନୁମାନ ଅନୁସାରେ ଉତ୍ତରପୂର୍ବ ଭାରତ ଓ ବାଂଲାଦେଶରେ ଏହାର ପ୍ରଭାବ ଅଧିକ ପଡ଼ିବ । ତେବେ ଆସନ୍ତା ୧୮ ତାରିଖରୁ ଏହାର ପ୍ରଭାବ ଆରମ୍ଭ ହୋଇଯିବ । ଉପକୂଳ ଓଡ଼ିଶାରେ ୧୮ରୁ ବର୍ଷା ଆରମ୍ଭ ହେବ । ଏହି ସମୟରେ ପବନର ବେଗ ଘଣ୍ଟାକୁ ୬୦ କିଲୋମିଟର ରହିବ ।

୧୯ ତାରିଖରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ୭୦ରୁ ୮୦ କିଲୋମିଟର ବେଗରେ ପବନ ବହିବ । ଜୁଆରିଆ ହେବ ସମୁଦ୍ର । ୩ରୁ ୬ ମିଟର ଉଚ୍ଚତାର ଜୁଆର ଉଠିପାରେ । ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ୧୨ଟି ଜିଲ୍ଲାକୁ ସତର୍କ ରଖାଯାଇଛି । ଉପକୂଳ ଓଡ଼ିଶାର ୪ଟି ଜିଲ୍ଲା ଉପରେ ବାତ୍ୟାର ପ୍ରଭାବ ବେଶୀ ପଡ଼ିପାରେ । କୌଣସି ପରିସ୍ଥିତିର ମୁକାବିଲା ପାଇଁ ଏନଡିଆରଏଫ, ଓଡ୍ରାଫ ଓ ଅଗ୍ନିଶମବାହିନୀକୁ ଆଲର୍ଟ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.