ପୁଣି ଘର ବାହୁଡ଼ା ହେଲା ଶେଷ ବାହୁଡା, ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨୩ ମୃତ ୨୦ ଗୁରୁତର

କରୋନା ଭାଇରସର ବଢୁଥିବା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଲକଡାଉନ ଜାରି ରହିଛି। ସେହିପରି ଅଲଗା ଅଲଗା ରାଜ୍ୟରେ ଫସି ରହିଥିବା ଶ୍ରମିକମାନେ ସଡକ ପଥ ଏବଂ ଜଳ ପଥ ଦେଇ ଦୁଃଶାହସିକ ଯାତ୍ରା କରି ଘରକୁ ଫେରୁଛନ୍ତି। କିନ୍ତୁ ଏହି ସବୁ ମଧ୍ୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଖବର ସମସ୍ତଙ୍କ ଛାତି ଥରାଇ ଦେଇଛି। ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଘର ବାହୁଡା ୨୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ୨୦ ଜଣ ଆହତ ହୋଇଛନ୍ତି।
ଉତ୍ତରପ୍ରଦେଶ ଔରେୟାରେ ଶନିବାର ଅର୍ଥାତ ଆଜି ସକାଳୁ ବହୁତ ଗମ୍ଭୀର ଭାବରେ ସଡକ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ ୮୧ ଜଣ ଶ୍ରମିକ ଫରିଦାବାଦରୁ ଗୋରଖପୁର ଯାଉଥିଲେ। କିନ୍ତୁ ଘରକୁ ଯିବା ସ୍ୱପ୍ନ ରହିଗଲା ଅଧାରେ। ଏହି ସଡକ ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ ଘଟଣା ସ୍ଥଳରେ ହିଁ ୨୩ ଜଣ ଶ୍ରମିକଙ୍କୁ ପ୍ରାଣ ବାୟୁ ଉଡିଯାଇଥିଲା। ଏଥିସହିତ ୨୦ ଜଣ ଶ୍ରମିକଙ୍କ ସ୍ୱାସ୍ଥ୍ୟ ଗମ୍ଭୀର ରହିଛି। ଗୁରୁତର ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।