ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ, ୨୪ଘଣ୍ଟାରେ ନେବ ବାତ୍ୟାର ରୂପ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ । । ଏବେ ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଆଗକୁ ବଢୁଛି । ଆଜି ମଧ୍ୟରାତ୍ରି କିମ୍ବା ଆସନ୍ତାକାଲି ସକାଳ ସୁଦ୍ଧା ଦାନା ବାନ୍ଧିବ ସାଇକ୍ଲୋନ୍ । ବାତ୍ୟାର ନାଁ ରହିବ ମିଗଜମ।

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ସୃଷ୍ଟି ହେଲା ଗଭୀର ଅବପାତ । ଏବେ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରେ ଡିପ୍ ଡିପ୍ରେସନ୍ ସକ୍ରିୟ ରହିଛି । ଏବେ ପଶ୍ଚିମ-ଦକ୍ଷିଣ ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ ଆଗକୁ ବଢୁଛି । ସମୁଦ୍ରରୁ ବଳ ଗୋଟାଇ ଅଧିକ ଘନୀଭୂତ ହେବ ଗଭୀର ଅବପାତ । ଆଜି ମଧ୍ୟରାତ୍ରି କିମ୍ବା ଆସନ୍ତାକାଲି ସକାଳ ସୁଦ୍ଧା ଦାନା ବାନ୍ଧିବ ସାଇକ୍ଲୋନ୍ । ବାତ୍ୟାର ନାଁ ରହିବ ମିଗଜମ।

ଏହାପରେ ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ୪ ତାରିଖ ବେଳକୁ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିବ ବାତ୍ୟା । ୫ ତାରିଖରେ ଲାଣ୍ଡଫଲ୍ କରିବ ସାଇକ୍ଲୋନ୍ ମିଗଜମ୍ । ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳର ନେଲୋର ଓ ମଛଲିପଟ୍ଟନମ୍ ମଧ୍ୟରେ ମଧ୍ୟାହ୍ମରେ ସ୍ଥଳଭାଗ ଅତିକ୍ରମ କରିବ । ଲାଣ୍ଡଫଲ୍ ବେଳେ ପବନର ବେଗ ଘଣ୍ଟାପ୍ରତି ୮୦ରୁ ୯୦ କିଲୋମିଟର ରହିପାରେ । ପବନର ବେଗ ବଢ଼ି ୧୦୦ କିଲୋମିଟର ଛୁଇଁପାରେ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆନ୍ଧ୍ରପ୍ରଦେଶ ଓ ଉତ୍ତର ନର୍ଥ ତାମିଲନାଡୁ ଓ ପୁଡୁଚେରୀ ଉପକୂଳକୁ ପ୍ରି-ସାଇକ୍ଲୋନ୍ ସତର୍କତା ଜାରି ହୋଇଛି । ବଦଳୁଛି ବାତ୍ୟାର ଗତିପଥ । ପୂର୍ବରୁ ଦକ୍ଷିଣ ଆନ୍ଧ୍ରପ୍ରଦେଶ ଓ ଉତ୍ତର ତାମିଲନାଡୁ ଉପକୂଳ ମୁହାଁ ହେବ ବୋଲି କହିଥିଲା ପାଣିପାଗ ବିଭାଗ । ଏବେ ଗତିପଥ ବଦଳୁଛି । ଏବେ ବାତ୍ୟା ରାଡାରକୁ ଆସିଛି ପୂରା ଆନ୍ଧ୍ରପ୍ରଦେଶ ଉପକୂଳ। ଅଶାନ୍ତ ରହିଛି ସମୁଦ୍ର । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ୫ ତାରିଖ ଯାଏ ସମୁଦ୍ର ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ୪ ତାରିଖରୁ ଓଡ଼ିଶା ମତ୍ସ୍ୟଜୀବୀଙ୍କୁ ଉପକୂଳ ସମୁଦ୍ର ମନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.