ସରକାରୀ ଶିକ୍ଷକଙ୍କୁ ଅପହରଣ କରିବା ପରେ ବନ୍ଧୁକ ମୁନରେ କଲେ ବାହାଘର, ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ବିହାର ବୈଶାଳୀର ଜଣେ ସରକାରୀ ଶିକ୍ଷକଙ୍କୁ ଅପହରଣ କରିବା ପରେ ବନ୍ଧୁକ ମୁନରେ ତାଙ୍କର ବାହାଘର କରାଯାଇଛି । ଯେତେବେଳେ ଶିକ୍ଷକ ତାଙ୍କୁ ବିବାହ କରିବାକୁ ମନା କରିଦେଲେ, ତାଙ୍କୁ ଖୁବ ମାଡ଼ ମରାଯାଇଥିଲା । ଅନେଇ ସ୍ଥାନୀୟ ଅଞ୍ଚଳର ଲୋକମାନେ ରାସ୍ତା ଅବରୋଧ କରି ଖୁବ ଉତ୍ତେଜନା ସୃଷ୍ଟି କରିଥିଲେ ।

ବିହାରର ବୈଶାଳୀରେ ଜବରଦସ୍ତି ବିବାହର ଏକ ମାମଲା ସାମ୍ନାକୁ ଆସିଛି । ଜବରଦସ୍ତ ବିବାହ କରିବା ଉଦ୍ଦେଶ୍ୟରେ ବିହାର ପବ୍ଲିକ ସର୍ଭିସ କମିଶନ (ବିପିଏସସି) ଦ୍ୱାରା ନିଯୁକ୍ତ ଜଣେ ଶିକ୍ଷକଙ୍କୁ ଅପହରଣ କରାଯାଇଥିଲା । ଯେତେବେଳେ ଶିକ୍ଷକ ତାଙ୍କୁ ବିବାହ କରିବାକୁ ମନା କରିଦେଲେ, ତାଙ୍କୁ ଖୁବ ମାଡ଼ ମରାଯାଇଥିଲା । ଏହାପରେ ଶିକ୍ଷକଙ୍କ ମୁଣ୍ଡରେ ବନ୍ଧୁକ ରଖି ଜୋର ଜବରଦସ୍ତି ତାଙ୍କ ବିବାହ କରାଯାଇଥିଲା ।

ଏହି ଘଟଣା ଯୋଗୁଁ ସ୍ଥାନୀୟ ଲୋକମାନେ ବହୁତ କ୍ରୋଧ ପ୍ରକାଶ କରିଛନ୍ତି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ପରିବାର ସଦସ୍ୟ ଅପହରଣ ମାମଲା ରୁଜୁ ପାଇଁ ପୋଲିସ ଷ୍ଟେସନରେ ଆବେଦନ କରିଥିଲେ । ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଅପହରଣ ହୋଇଥିବା ଶିକ୍ଷକ ଓ କନ୍ୟାକୁ ଉଦ୍ଧାର କରିଥିଲା ।

ସୂଚନା ମୁତାବକ ବିପିଏସସିର ନବ ନିଯୁକ୍ତ ଶିକ୍ଷକ ଗୌତମ ବୈଶାଳୀର ପାଟପୁର ପୋଲିସ ଷ୍ଟେସନ ପରିସରର ରେପୁରା ସ୍କୁଲରେ ପୋଷ୍ଟିଂ କରାଯାଇଥିଲା । ବୁଧବାର ଅପରାହ୍ନ ୩ଟାରେ ଅପରାଧୀମାନେ ବୋଲେରୋ ଶିକ୍ଷକଙ୍କର ଜବରଦସ୍ତି ବିବାହ କରିବା ପାଇଁ ଅପହରଣ କରିନେଇଥିଲେ । ଅପହରଣକାରୀମାନ ଶିକ୍ଷକଙ୍କୁ ମାଡ଼ ମାରି ଜବରଦସ୍ତ ବିବାହ କରାଇଥିଲେ ।

ଶିକ୍ଷକ ଜଣକ ମହେୟା ମାଲପୁର ଗାଁର ବାସିନ୍ଦା ସତ୍ୟନାରାୟଣ ରାୟଙ୍କ ପୁଅ ଗୌତମ କୁମାର ବୋଲି ଜଣାପଡିଛି । ଯୁବକଙ୍କ ପରିବାରଲୋକେ ଏନେଇ ପୋଲିସକୁ ସୂଚନା ଦେଇଥିଲେ, ଏହା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ମାମଲାରେ ପଚରାଉଚରା ଆରମ୍ଭ କରିଥିଲା ।

ଏହି ଘଟଣାରେ ସ୍ଥାନୀୟ ଲୋକମାନେ ରାଗିଯାଇ ଲୋକମାନେ ମହୁଆ-ତାଜପୁର ରାସ୍ତା ଅବରୋଧ କରି ଖୁବ ଉତ୍ତେଜନା ସୃଷ୍ଟି କରିଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆଶ୍ୱାସନା ଦେଇଛି ଯେ ଅପହରଣ ହୋଇଥିବା ଶିକ୍ଷକଙ୍କୁ ନିରାପଦରେ ଉଦ୍ଧାର କରାଯିବ, ଏହା ପରେ ଲୋକଙ୍କ କ୍ରୋଧ ଶାନ୍ତ ହୋଇଥିଲା । ଗୁରୁବାର ସକାଳ ପର୍ଯ୍ୟନ୍ତ ଅପହରଣ ହୋଇଥିବା ଶିକ୍ଷକ ନ ମିଳିବା ପରେ ମଧ୍ୟ ଲୋକମାନେ ଖୁବ କ୍ରୋଧିତ ହୋଇଥିଲେ ।

ଏଥିରେ କ୍ରୋଧିତ ଲୋକମାନେ ତୀବ୍ର ବିରୋଧ କରିଥିଲେ । ଏହାପରେ ପୋଲିସ ଅପହରଣ ହୋଇଥିବା ଶିକ୍ଷକ ଏବଂ କନ୍ୟାକୁ ଉଦ୍ଧାର କରିଛି ଏବଂ ଉଭୟଙ୍କୁ ପୋଲିସ ଷ୍ଟେସନକୁ ଅଣାଯାଇଛି । ପରିବାର ସଦସ୍ୟ ଅଭିଯୋଗ କରିଛନ୍ତି ଯେ ରେପୁରା ଗାଁର ବାସିନ୍ଦା ରାଜେଶ ରାୟ ତାଙ୍କ ସମ୍ପର୍କୀୟଙ୍କ ସହ ମିଶି ଶିକ୍ଷକ ଗୌତମ କୁମାରଙ୍କୁ ଜବରଦସ୍ତି ଅପହରଣ କରି ନେଇଥିଲେ ଏବଂ ଏହା ପରେ ବନ୍ଧୁକ ଦେଖାଇ ନିଜ ଝିଅ ଚାନ୍ଦନୀଙ୍କ ସହ ବିବାହ କରାଇଦେଇଥିଲେ ।

ବିବାହ କରିବାକୁ ମନା କରିବାରୁ ଶିକ୍ଷକଙ୍କୁ ମାଡ଼ ମଧ୍ୟ ମାରିଥିଲେ । ଡ୍ୟୁଟିରେ ଥିବା ସମୟରେ ଶିକ୍ଷକଙ୍କୁ ଅପହରଣ ଅଭିଯୋଗରେ ସ୍କୁଲର ପ୍ରଧାନ ଶିକ୍ଷକ ମଧ୍ୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଛନ୍ତି । ଏଥି ସହିତ ପରିବାର ସଦସ୍ୟଙ୍କ ଦ୍ୱାରା ପୋଲିସ୍ ଷ୍ଟେସନରେ ଅପହରଣର ମାମଲା ରୁଜୁ ପାଇଁ ଏକ ଆବେଦନ କରାଯାଇଛି । ବର୍ତ୍ତମାନ ପୋଲିସ ଏନେଇ ଅଧିକ ଯାଞ୍ଚ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.