ଆସୁଛି ଲଘୁଚାପ, ୧୫ରୁ ବର୍ଷା ସମ୍ଭାବନା

ଆସୁଛି ଲଘୁଚାପ । ୧୫ରୁ ବର୍ଷା ସମ୍ଭାବନା । ୧୪ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । ଏହା ୧୫ରେ ଲଘୁଚାପର ରୂପ ନେଇପାରେ ବୋଲି କିଛି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି ।

ଭୁବନେଶ୍ୱର (କେନ୍ୟୁଜ): ଆସୁଛି ଲଘୁଚାପ । ୧୫ରୁ ବର୍ଷା ସମ୍ଭାବନା । ୧୪ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । ଏହା ୧୫ରେ ଲଘୁଚାପର ରୂପ ନେଇପାରେ ବୋଲି କିଛି ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କରିଛନ୍ତି । ସମ୍ଭାବ୍ୟ ଘୂର୍ଣ୍ଣିବଳୟ ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ପରେ ଦିଗ ବଦଳାଇ ୧୬ ସୁଦ୍ଦା ଉତ୍ତର
ଦିଗକୁ ମୁହାଁଇପାରେ । ପ୍ରଭାବରେ ୧୫ରୁ ଦକ୍ଷିଣ ଓଡ଼ିଶାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ୧୬ ତାରିଖ ରାତିରୁ ଉପକୂଳ ଓ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ରାଜ୍ୟରେ ଏବେ ଶୀତ ବଢ଼ିଛି । ଆସନ୍ତା ୧୪ ଯାଏ ପାଗ ଶୁଖିଲା ରହିବ ।

ଏପଟେ ଅନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାସନ ନିକୋଲାସଙ୍କ ଆକଳନ ଅନୁସାରେ ଆସନ୍ତା ସପ୍ତାହରେ ବଙ୍ଗୋପସାଗରରେ ଟ୍ରିପକାଲ ଡେଭଲପମେଣ୍ଟର ସମ୍ଭାବନା ରହିଛି । ପୂର୍ବ ଭାରତରୁ ବାଙ୍ଗଲାଦେଶ ଯାଏ ଏହାର ପ୍ରଭାବ ପଡ଼ିପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.