ଆଗାମୀ ୧୨ ଘଣ୍ଟାରେ ଅବପାତ, ୨୪ ସକାଳେ ବାତ୍ୟା! ଓଡ଼ିଶା ଉପକୂଳରୁ ୨୦୦ କିମି ଦୂରରେ ଅତିକ୍ରମ କରିବ ସିତ୍ରଙ୍ଗ

ଭୁବନେଶ୍ୱର(କେନ୍ୟୁଜ୍): ଆଗାମୀ ୧୨ ଘଣ୍ଟାରେ ଅବପାତ । ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ । ଦକ୍ଷିଣ-ପୂର୍ବ ପାର୍ଶ୍ୱବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି। ଉତ୍ତରପଶ୍ଚିମ ଦିଗରେ ଗତି କରି ଆଗାମୀ ୧୨ ଘଣ୍ଟା ମଧ୍ୟରେ ଅବପାତର ରୂପ ନେବ । ପୂର୍ବକେନ୍ଦ୍ରୀୟ ପାର୍ଶ୍ୱବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଅବପାତ ରୂପ ନେବ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ସୂଚନା।

ସୂଚନା ଥାଉକି, ଉତ୍ତର-ପଶ୍ଚିମ ଦିଗକୁ ଗତି କରି ୨୩ ତାରିଖରେ ପୂର୍ବକେନ୍ଦ୍ରୀୟ ଏବଂ ନିକଟସ୍ଥ ଦକ୍ଷିଣପୂର୍ବ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେବ। ୨୪ ତାରିଖ ସକାଳେ ବାତ୍ୟା। ୨୫ ତାରିଖ ସଂଧ୍ୟାରେ ବାତ୍ୟା ଭୀଷଣ ରୂପ ନେବ। ଭାରତୀୟ ପାଣିପାଗ ବିଭାଗ ଜାରି କରିଛି ବାତ୍ୟା ଗତିପଥ। ଓଡ଼ିଶା ଉପକୂଳରୁ ୨୦୦ କିଲୋମିଟର ଦୂରରେ ଅତିକ୍ରମ କରିବ ସିତ୍ରଙ୍ଗ। ୨୪ରେ ୫ ଜିଲ୍ଲା ପାଇଁ ଅରେଞ୍ଜ ଏବଂ ୬ ଜିଲ୍ଲା ପାଇଁ ୟେଲେ ୱାର୍ଣ୍ଣିଂ ଜାରି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.