Below header

ଧନତେରାସରେ ରାହୁକାଳରେ କିଣିବା ଆପଣଙ୍କୁ କରିଦେବ କାଙ୍ଗାଳ, ଜାଣନ୍ତୁ କେତେବେଳେ ପଡୁଛି ରାହୁକାଳ

ଧନତେରାସ ଦିନ ମା’ଙ୍କ ପୂଜା ଏବଂ ଉପାୟ କରିବା ଦ୍ୱାରା ବେଶ୍‌ ଲାଭ ମିଳିଥାଏ। ଏହିଦିନ ସୁନା ଜିନିଷ କିଣାକିଣି କରିବାର ବିଶେଷ ମହତ୍ତ୍ୱ ରହିଥାଏ। ଧନତେରାସ ଦିନ ସୁନା, ରୁପା, ବାସନ, ଘର, ବାହନ କିମ୍ବା ଇଲୋକ୍ଟ୍ରୋନିକ୍ସ ଜିନିଷ କରିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ। କିନ୍ତୁ ଶାସ୍ତ୍ର ଅନୁସାରେ କୌଣସି କାମ ଶୁଭ ମୁହୂର୍ତ୍ତରେ କଲେ, ଏହା ଲାଭକାରୀ ସିଦ୍ଧି ହୋଇଥାଏ, ଏହାର ଭଲ ପରିଣାମ ମିଳିଥାଏ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନତେରାସ ଉତ୍ସବ ୨୩ ଅକ୍ଟୋବରରେ ପାଳନ କରାଯିବ। ତେବେ ପ୍ରତିଦିନ ଏମିତି କିଛି ସମୟ ରହିଥାଏ, ଯାହାକୁ ରାହୁ କାଳ କୁହାଯାଏ। ଏହି ସମୟରେ କୌଣସି କାମ କଲେ ମଧ୍ୟ ବିଫଳତା ମିଳିବା ସହିତ ବିଘ୍ନ ଘଟିଥାଏ। ତେବେ ଆପଣ ଯଦି ଧନତେରାସ ଦିନ ସପିଂ ପାଇଁ ଯାଉଛନ୍ତି, ତେବେ ଏହାର ଶୁଭ ମୁହୂର୍ତ୍ତ ଜାଣି ରଖନ୍ତୁ। ଏହାଦ୍ୱାରା ଆପଣ ଯେଉଁ ଜିନିଷ କିଣିବେ ତାହାର ଫାଇଦା ୧୩ ଗୁଣା ଅଧିକ ମିଳିବ।

୨୨ ଅକ୍ଟୋବର ସନ୍ଧ୍ୟା ୬ଟା ପରେ ତ୍ରୟୋଦଶୀ ତିଥି ଆରମ୍ଭ ହେଉଛି। ଯାହା ୨୩ ଅକ୍ଟୋବର ସନ୍ଧ୍ୟାଟା ଯାଏ ରହିବ। ଏମିତିରେ ୨୨ ଅକ୍ଟୋବର ଏବଂ ୨୩ ଅକ୍ଟୋବର ଦିନ ଧନତେରାସ ପର୍ବ ପାଳନ କରାଯିବ। ଆଜି ସନ୍ଧ୍ୟାରେ ଧ୍ୱନନ୍ତରୀ ଦେବୀ ଏବଂ ଯମ ପୂଜା ପାଇଁ ଦୀପଦାନ ମୁହୂର୍ତ୍ତ ରହିଛି। ତେଣୁ କିଣାକିଣି ପାଇଁ ଦିନ ଶୁଭ। ଧନତେରାସ ଦିନ ତ୍ରିପୁଷ୍କର ଯୋଗ ରହିଛି। ଏହି ଯୋଗରେ କରୁଥିବା କାମର ଲାଭ ୩ ଗୁଣା ବଢିଯାଏ। ଏହିଦିନ ଶୁଭ ମୁହୂର୍ତ୍ତରେ କୌଣସି ବିଜନେସ ଆରମ୍ଭ କଲେ ୩ ଗୁଣା ଲାଭ ମିଳିବ।

୨୩ ଅକ୍ଟୋବର ପୁରା ଦିନ ସର୍ବାର୍ଥ ସିଦ୍ଧି ଯୋଗ ରହିଛି। ତେଣୁ ଏହିଦିନ କିଣାକିଣି, ନିବେଶ କରିବା ଶୁଭଫଳ ଦେବ। ତେବେ ୨୩ ଅକ୍ଟୋବର ସନ୍ଧ୍ୟା ୪ ଟା ୧୯ରୁ ୫ଟା ୪୪ ମିନିଟ ପର୍ଯ୍ୟନ୍ତ ରାହୁ କାଳ ଯୋଗ ରହିଛି। ଏହି ସମୟରେ ଆପଣ କିଛି ବି ଜିନିଷ କିଣାକିଣି କରନ୍ତୁ ନାହିଁ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନତେରାସ ଦିନ କିଛି ଜିନିଷ କିଣିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ମିଳିଥାଏ। ଏହି ଦିନ ଝାଡୁ, ବାସନ, ରୁପା, ନୂଆ କପଡା, ଘରର ସାଜସଜା ଜିନିଷ କିଣିବା ଶୁଭ ହୋଇଥାଏ।

ଧନତେରାସର ଶୁଭ ମୁହୂର୍ତ୍ତ :

ଧନତେରାସ ପର୍ବ ୨୨ ଅକ୍ଟୋବର ଏବଂ ୨୩ ଅକ୍ଟୋବର ଦିନ ପାଳନ କରାଯିବ। ୨୨ ଅକ୍ଟୋବରକୁ ପୂଜା ମୁହୂର୍ତ୍ତ ୬ଟା ୫୮ ମିନିଟରୁ ୮ଟା ୧୫ ମିନିଟ୍‌ ପର୍ଯ୍ୟନ୍ତ ରହିବ । ସେହିପରି ୨୩ ଅକ୍ଟୋବରକୁ ପୂଜା ମୁହୂର୍ତ୍ତ ସନ୍ଧ୍ୟା ୫ଟା ୪୪ ମିନିଟରୁ ୬ଟା ୫ ମିନିଟ୍‌ ଯାଏଁ ରହିବ।

Also Read : ବ୍ୟବସାୟରେ ହେବ ଉନ୍ନତି, ମିଳିବ ଲାଭ ! ଆପଣାନ୍ତୁ ଏହିସବୁ ଉପାୟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.