ୟୁଜର୍ସଙ୍କୁ ଲାଗିଲା ଝଟକା : ଦୀପାବଳି ପରେ ଏହି ସବୁ ଫୋନ୍‌ରେ କାମ କରିବନି ହ୍ୱାଟ୍ସଆପ୍‌ ! ଦେଖନ୍ତୁ ତାଲିକା

ଯଦି ଆପଣ ଦୀର୍ଘ ସମୟ ଧରି ଆପଣଙ୍କର ପୁରୁଣା ଫୋନକୁ ଅପଡେଟ କରିନାହାଁନ୍ତି ଏବଂ ହ୍ୱାଟ୍ସଆପ୍‌ ବ୍ୟବହାର କରୁଛନ୍ତି ତ ଆପଣଙ୍କ ପାଇଁ ଖରାପ ଖବର। ଏହା ସାମ୍ନାକୁ ଆସିଛିକୁ ଆସିଛି ଯେ ଦୀପାବଳି ପରେ ହ୍ୱାଟ୍ସଆପ୍‌ ପୁରୁଣା ଆଇଫୋନ୍ ମଡେଲରେ କାମ କରିବ ନାହିଁ । ଏଥିପାଇଁ ୟୁଜରଙ୍କ ପାଖରେ iOSକୁ ଲାଟେଷ୍ଟ ଭର୍ସନ ଉପରେ ଅପଡେଟ୍‌ କରିବା ବା ପୁଣି ନିଜର ଡିଭାଇସ ଅପଗ୍ରେଡ କରିବାର ବିକଳ୍ପ ରହିବ।

ଯଦି ଆପଣ ଆପଣଙ୍କର ପୁରୁଣା ଆପଲ୍ ଡିଭାଇସ୍ ଅପଗ୍ରେଡ୍ କରନ୍ତି ନାହିଁ, ତେବେ ଆପଣ ମେସେଜିଂ ଆପ୍ ର ଆକ୍ସେସ୍‌ ହରାଇ ପାରନ୍ତି। ରିପୋର୍ଟ ଅନୁସାରେ ଏହା କେବଳ ପୁରୁଣା ଆଇଫୋନ୍ ମଡେଲଗୁଡିକରେ ହେବ। କମ୍ପାନୀ କହିଛି ଯେ , iOS 10 ଏବଂ iOS 11 ରେ କାମ କରୁଥିବା ଆଇଫୋନ୍ ମଡେଲଗୁଡିକ ବର୍ତ୍ତମାନ ହ୍ୱାଟ୍ସଆପ୍‌ ପାଇଁ ସପୋର୍ଟ କରିବ ନାହିଁ। ଏହି ପରିବର୍ତ୍ତନ ଅକ୍ଟୋବର ୨୪ ରୁ କାର୍ଯ୍ୟକାରୀ ହେବାକୁ ଯାଉଛି।

ମେଟା ମାଲିକାନା ଆପ୍ ଏହାର ଉପଭୋକ୍ତାମାନଙ୍କୁ ସୂଚନା ଦେଇଛି ଯେ ଯଦି ସେମାନେ ଆଇଓଏସ୍ 10 କିମ୍ବା ଆଇଓଏସ୍ 11ଭର୍ସନ ଥିବା ଆଇଫୋନ୍ ବ୍ୟବହାର କରୁଛନ୍ତି, ତେବେ ସେମାନେ ହ୍ୱାଟ୍ସଆପ୍‌ ବ୍ୟବହାର କରିପାରିବେ ନାହିଁ। ହ୍ୱାଟ୍ସଆପ୍‌ ହେଲ୍ପ୍‌ ସେଣ୍ଟର ପେଜ୍‌ରେ ୟୁଜରଙ୍କୁ iOS 12 ବା ଏହାପରର ଭର୍ସନରେ ଡିଭାଇସ ଅପଡେଟ୍‌ କରିବାର ପରାମର୍ଶ ଦିଆଯାଇଛି ।

ଏହା ସହିତ ଆଇଫୋନ୍ 5 ଏବଂ ଆଇଫୋନ୍ 5C ର ଉପଭୋକ୍ତାମାନେ ମଧ୍ୟ ଏହି ଆପର ସର୍ଭିସ ନେଇପାରିବେ ନାହିଁ। ଏ ସମ୍ପର୍କରେ କମ୍ପାନୀ କହିଛି ଯେ ଏଭଳି ଫୋନରେ ହ୍ୱାଟ୍ସଆପ୍‌ କୁ ବନ୍ଦ କରାଯାଉଛି କାରଣ ଭବିଷ୍ୟତରେ କିଛି ଅପଡେଟ୍ ଆସିବାକୁ ଯାଉଛି। ସେହିପରି ହ୍ୱାଟ୍ସଆପ୍‌ ବ୍ୟବହାର କରିବା ପାଇଁ ଉପଭୋକ୍ତାଙ୍କୁ ତାଙ୍କ ଫୋନ୍ କୁ iOS 15 କିମ୍ବା iOS 16 ରେ ଅପଡେଟ୍ କରିବାକୁ ପଡିବ।

ସୂଚନାଯୋଗ୍ୟ ଯେ ଏହି ଅପଡେଟ୍ ଆଇଫୋନ୍ 5c ଏବଂ ଆଇଫୋନ୍ 5 ରେ ଉପଲବ୍ଧ ନୁହେଁ। ଯଦିଓ ହ୍ହ୍ୱାଟ୍ସଆପ୍‌ ଏହି ଆଇଫୋନ୍ ଗୁଡିକରେ କାମ କରିବ ନାହିଁ ତଥାପି ଅନ୍ୟ ପୁରୁଣା ଆଇଫୋନରେ ବ୍ୟବହାର କରାଯାଇପାରିବ। ଆଇଫୋନ୍ 5s, ଆଇଫୋନ୍ 6 ଏବଂ ଆଇଫୋନ୍ 6s ବ୍ୟବହାରକାରୀମାନେ ହ୍ୱାଟ୍ସଆପ୍‌ ବ୍ୟବହାର କରିପାରିବେ।

ଆପଣଙ୍କର ଡିଭାଇସ୍ ଅପଡେଟ୍ କରିବାକୁ ପ୍ରଥମେ ଆପଣଙ୍କର ଆଇଫୋନର ସେଟିଂକୁ କ୍ଲିକ୍ କରନ୍ତୁ। ଏହା ପରେ, ଜେନେରାଲ ସେଟିଂକୁ ଯାଆନ୍ତୁ ଏବଂ iOSଭର୍ସନ ଅପଡେଟକୁ ଯାଞ୍ଚ କରନ୍ତୁ। ଏଠାରେ ଯଦି ଅପଡେଟ୍ ହୋଇଥିବ ତାହା ଆପଣ ଦେଖିପାରିବେ। ଯଦିଓ iOS 15 କିମ୍ବା iOS 16 ପାଇଁ କୌଣସି ଅପଡେଟ୍ ତେବେ ଏହାର ଅର୍ଥ ହେଉଛି ଯେ ଆପଣଙ୍କ ଫୋନରେ ହ୍ୱାଟ୍ସଆପ୍‌ ଚାଲିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.