ଓଡିଶାରେ ଉଠାଇପାରିବେ ମାଲଦୀପର ମଜା, ଆସନ୍ତାକାଲି ଚିଲିକାରେ ଲୋକାର୍ପିତ ହେବ ପ୍ରଥମ ବିଳାସପୂର୍ଣ୍ଣ ହାଉସ ବୋଟ ଗରୁଡ଼ 

ଟାଙ୍ଗୀ(କେନ୍ୟୁଜ୍):  ଆସନ୍ତା କାଲି ଦିବା ୧୦ଟା ସମୟରେ ଚିଲିକା ବଡ଼କୁଳ ପାନ୍ଥ ନିବାସ ନିକଟରେ  ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଲୋକାର୍ପିତ ହେବ ଚିଲିକାର ପ୍ରଥମ ବିଳାସ ପୂର୍ଣ୍ଣ ହାଉସ ବୋଟ- ଗରୁଡ଼ । ଚିଲିକାକୁ ବୁଲି ଆସୁଥିବା ପର୍ଯ୍ୟଟକଙ୍କୁ ଉନ୍ନତ ଧରଣର ସେବା .ଯେୋଗାଇବା ଲକ୍ଷ.ରେ ଘ.ରୋଇ ସଂସ୍ଥା ଏହି ବୋଟ ନିର୍ମାଣ କରିଛି। ସିଡିଏ ଓ ଇନଲ୍ୟାଣ୍ଡ ୱାଟର ଟ୍ରାନ୍ସପୋର୍ଟ ସହଯୋଗରେ ବିକାଶ ଇକୋ ରିସୋର୍ଟସ୍ ନାମକ ଏକ ଘରୋଇ ସଂସ୍ଥା ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏହି ହାଉସ ବୋଟଟିକୁ ତିଆରି କରିଛି।

12

ଚିଲିକାରେ ପର୍ଯ୍ୟଟକଙ୍କ ମନରଞ୍ଜନ କରିବା ପାଇଁ ଆରମ୍ଭ କରିଛି ଏଭଳି ବ୍ୟବସ୍ଥା । ଏହି ବୋଟରେ ରହିଛି ଅନେକ ସୁବିଧା । ତଳ ମହଲାରେ ୩୦ଜଣ କ୍ଷମତା ବିଶିଷ୍ଟ ରହିଛି । ଏକ ବଡ଼ ହଲ ଯେଉଁଠାରେ ବିଭିନ୍ନ ଉତ୍ସବ ଓ ସଭା ଅନୁଷ୍ଠିତ ହୋଇପାରିବ । ତାହା ସହ ଏହାରି ମଧ୍ୟରେ ରହିଛି ୬ଟି ବିଳାଶପୂର୍ଣ୍ଣ କୋଠରୀ ରହିଛି ।

house boat 2

ଯେଉଁଠାରେ ପରିବାର ସହ ରାତ୍ରି ଯାପନ ରରିପାରିବେ । ତାହା ସହ ପର୍ଯ୍ୟଟକମାନଙ୍କ ପାଇଁ ଦୁଇ ପ୍ରକାର ସାଇଡ ସିନ ଦେଖେଇବାର ପ୍ୟାକେଜ ରହିଛି । ଯେଉଁଥିରେ ସକାଳ ଜଳଖିଆ, ମଧ୍ୟାର୍ଣ୍ଣ ଭୋଜନ, ସନ୍ଧ୍ୟାରେ ମନରଞ୍ଜନ ପାଇଁ ସଙ୍ଗୀତ ପରିବେଷଣ ଓ ରାତିରେ ରାତ୍ରୀ ଭୋଜନର ବ୍ୟବସ୍ଥା ରହିଛି ।

ଅନ୍ୟ ପଟେ ଦେଖିବାକୁ ଗଲେ ଏହି ବୋଟଟି ଚିଲିକାର ଜଳବାୟୁ ଅନୁସାରେ ଡିଜାଇନ କରାଯାଇଛି । ସମ୍ପୂର୍ଣ୍ଣ ଶବ୍ଦ ପ୍ରଦୂଷଣ ମୁକ୍ତ, ଆପତ୍ତକାଳୀନ ଜରୁରୀ ପରିସ୍ଥିତିର ମୁକାବିଲା କରିବା ପାଇଁ ସମସ୍ତ ଆନୁସଙ୍ଗୀକ ବ୍ୟବସ୍ଥା କରାଯାଇଛି । ଅଗ୍ନି ନିରାପତ୍ତାକୁ ଦୃଷ୍ଟିରେ ରଖି ସମସ୍ତ ବ୍ୟବସ୍ଥା ଏହି ବୋଟରେ ଅଛି ବୋଲି ବିକାଶ ଅନୁଷ୍ଠାନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.