ଏହି ଉଦ୍ଭିଦ ହେଉଛି ଟଙ୍କାର ଗଛ, ଘରେ ଲଗାଇଲେ ଚୁମ୍ବକ ପରି ଆସେ ଟଙ୍କା
ଅନେକ ଲୋକ ବାସ୍ତୁ ଶାସ୍ତ୍ର ଉପରେ ବିଶ୍ଵାସ କରନ୍ତି। ଯାହା ପାଇଁ ସେମାନେ କିଛି ବୃକ୍ଷ ମଧ୍ୟ ଆଣି ନିଜ ଘରେ ରଖନ୍ତି ଓ ବଗିଚାରେ ଲଗାନ୍ତି। ତେବେ ଆର୍ଥିକ ସ୍ଥିତି ଠିକ୍ ରହିବା ପାଇଁ ମନି ପ୍ଲାଣ୍ଟ ଘରେ ରଖନ୍ତି କିଛି ଲୋକ। କିନ୍ତୁ ଏହି ମନି ପ୍ଲାଣ୍ଟ ଅପେକ୍ଷା ଅନ୍ୟ ଏକ ଗଛ ଅଛି ଯାହାକି ଅଧିକ ପ୍ରଭାବ ପକାଇଥାଏ ଟଙ୍କା ବୃଦ୍ଧି ହେବା ପାଇଁ। ଏହି ପ୍ଲାଣ୍ଟ ହେଉଛି କ୍ରାସୁଲା ପ୍ଲାଣ୍ଟ, ଯାହାକି ଘରେ ନକାରାତ୍ମକ ଶକ୍ତି ନଷ୍ଟ କରି ସକରାତ୍ମକ ଶକ୍ତିର ଯୋଗାଯୋଗ ବୃଦ୍ଧି କରିବାକୁ କାର୍ଯ୍ୟ କରେ। ବାସ୍ତୁ ଅନୁଯାୟୀ ଏହି ଗଛ ଘରେ ଲଗାଇବା ଦ୍ୱାରା ବ୍ୟକ୍ତିର ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ, କ୍ରାସୁଲା ପ୍ଲାଣ୍ଟ ମନି ପ୍ଲାଣ୍ଟ ଅପେକ୍ଷା ଅଧିକ ପ୍ରଭାବ ଦେଖାଏ। କ୍ରାସୁଲା ପ୍ଲାଣ୍ଟ ଲଗାଇବା ଦ୍ଵାରା ଏହା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହି ଉଦ୍ଭିଦ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ।
ବିଶ୍ୱାସ କରାଯାଏ ଯେ, ଏହାକୁ ଘରେ ଲଗାଇବା ଦ୍ୱାରା ଜଣଙ୍କର ଆର୍ଥିକ ସମସ୍ୟା କମ୍ ହୁଏ। ଆହୁରି ମଧ୍ୟ ଟଙ୍କା ରୋଜଗାର ହେବାର ନୂତନ ଉପାୟ ମଧ୍ୟ ମିଳିବ। ଏହି ଗଛ ଲଗାଇବା ଦ୍ଵାରା କେବେବି ଟଙ୍କାର ଅଭାବ ହୁଏନି। କିନ୍ତୁ ଏହାକୁ ସଠିକ୍ ଦିଗରେ ରଖିବା ଆବଶ୍ୟକ। ଏହି କ୍ରାସୁଲା ଗଛକୁ ଫେଙ୍ଗଶୁଇରେ ମଧ୍ୟ ଆପଣ ଲଗାଇ ପାରିବେ। ଏହା ଘରେ ସକରାତ୍ମକ ଶକ୍ତି ଆଣିଥାଏ।
ଇଂରାଜୀରେ କ୍ରାସୁଲା ପ୍ଲାଣ୍ଟକୁ ମନି ଗ୍ରୋଥ ବୃକ୍ଷ ମଧ୍ୟ କୁହାଯାଏ । ଏହାସହ ଏହା ଫ୍ରେଣ୍ଡସିପ୍ ଟ୍ରି, ଲକି ପ୍ଲାଣ୍ଟ, ଜେଡ ପ୍ଲାଣ୍ଟ ଏବଂ ମନି ପ୍ଲାଣ୍ଟ ଭାବରେ ମଧ୍ୟ ଜଣାଶୁଣା। ଏଥି ସହିତ, ଏହାକୁ କୁବେର ପ୍ଲାଣ୍ଟ ମଧ୍ୟ କୁହାଯାଏ। ଏହି ଉଦ୍ଭିଦ ଦେଖିବାକୁ ବହୁତ୍ ବହୁତ ଛୋଟ। ଏହାର ପତ୍ରଗୁଡ଼ିକ ଛୋଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, କ୍ରାସୁଲା ପ୍ଲାଣ୍ଟକୁ ପ୍ରବେଶ ଦ୍ୱାରର ଡାହାଣ ପାର୍ଶ୍ୱରେ ରଖନ୍ତୁ। ଯେଉଁଠାରେ ସୂର୍ଯ୍ୟଙ୍କ ଆଲୋକ ଏହା ଉପରେ ପଡ଼ିବ। ତେବେ ଏହି ଉଦ୍ଭିଦର ଅଧିକ ଯତ୍ନ ମଧ୍ୟ ନେବାକୁ ପଡ଼ିବ। କ୍ରାସୁଲା ପ୍ଲାଣ୍ଟର ଉପକାରିତା ବିଷୟରେ କହିବାକୁ ଗଲେ ଏହା ଘରୁ ନକାରାତ୍ମକ ଶକ୍ତି ନଷ୍ଟ କରିଥାଏ ଏବଂ ସକରାତ୍ମକ ଶକ୍ତିର ପ୍ରବାହକୁ ବଢ଼ାଇଥାଏ। କ୍ରାସୁଲା ପ୍ଲାଣ୍ଟ ବ୍ୟକ୍ତିର ଆର୍ଥିକ ସମସ୍ୟାକୁ ଦୂର କରିଦିଏ।