Below header

ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ସ୍ୱନକ୍ଷତ୍ର ଦିବସ

ମା' ବିରଜାଙ୍କ ଜନ୍ମୋତ୍ସବ ପାଇଁ ଚଳଚଞ୍ଚଳ ଯାଜପୁର । ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ସ୍ୱନକ୍ଷତ୍ର ଦିବସ । ପରମ୍ପରା ଅନୁଯାୟୀ ବଢି ଭୋରୁ ମା'ଙ୍କର ନୀତିକାନ୍ତି କରାଯାଇଛି । ବ୍ରହ୍ମମୁହୂର୍ତରେ ଦେବୀଙ୍କ ନିତ୍ୟସ୍ନାନ ଓ ବେଶ କାର୍ଯ୍ୟ ସରିବା ପରେ ଦେବୀଙ୍କୁ ସ୍ୱନକ୍ଷତ୍ର ବିହିତ ମହାସ୍ନାନ କରାଯାଇଛି ।

ଯାଜପୁର(କେନ୍ୟୁଜ): ମା’ ବିରଜାଙ୍କ ଜନ୍ମୋତ୍ସବ ପାଇଁ ଚଳଚଞ୍ଚଳ ଯାଜପୁର । ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ସ୍ୱନକ୍ଷତ୍ର ଦିବସ । ପରମ୍ପରା ଅନୁଯାୟୀ ବଢି ଭୋରୁ ମା’ଙ୍କର ନୀତିକାନ୍ତି କରାଯାଇଛି । ବ୍ରହ୍ମମୁହୂର୍ତରେ ଦେବୀଙ୍କ ନିତ୍ୟସ୍ନାନ ଓ ବେଶ କାର୍ଯ୍ୟ ସରିବା ପରେ ଦେବୀଙ୍କୁ ସ୍ୱନକ୍ଷତ୍ର ବିହିତ ମହାସ୍ନାନ କରାଯାଇଛି ।

ସ୍ନାନ ପରେ ମା’ ସାବିତ୍ରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି । ମା’ଙ୍କ ଦର୍ଶନ ପାଇଁ ମନ୍ଦିରରେ ଭିଡ଼ ଜମିଛି । ମା’ଙ୍କ ମୁଖ ଦର୍ଶନ କରିବେଶ ଆନନ୍ଦିତ ଶ୍ରଦ୍ଧାଳୁ। ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିରକୁ ସୁନ୍ଦର ଅଲୋକମାଳାରେ ସଜ୍ଜିତ କରାଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଶୃଙ୍ଖଳିତ ଦର୍ଶନ ପାଇଁ ଧାଡି ବ୍ୟବସ୍ଥା କରାଯାଇଛି । ସନ୍ଧ୍ୟାରେ ମନ୍ଦିର ପରିସରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.