ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗଦଜନନୀ ମା’ ଦୁର୍ଗା, ବିସର୍ଜନ ପାଇଁ ଟ୍ବିନ୍ ସିଟିରେ ୧୮ଟି ଅସ୍ଥାୟୀ ପୋଖରୀ

ଭୁବନେଶ୍ବର: ସରିଲା ମା’ଙ୍କ ନବଦିନାତ୍ମକ ଲୀଳା। ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଜଗଦଜନନୀ। ବିସର୍ଜନ ପାଇଁ ରାଜଧାନୀର ୩ଟି ନଦୀରେ ହୋଇଛି ୪ଟି ଅସ୍ଥାୟୀ ପୋଖରୀ । କଟକରେ ରୀତିନୀତି ଅନୁସାରେ ଶେଷ ହୋଇଛି ଶାରଦୀୟ ଦୁର୍ଗାପୂଜା । ସହରର ପୂଜାର ମୁଖ୍ୟ ଆକର୍ଷଣ ଭସାଣ ଉତ୍ସବ । ବଙ୍ଗୀୟ ରୀତିନୀତିରେ ପୂଜା କରୁଥିବା କିଛି ମଣ୍ଡପ ଗତକାଲି ମୂର୍ତ୍ତି ବିସର୍ଜନ କରିଥିବା ବେଳେ ଅନ୍ୟ ସମସ୍ତ ମଣ୍ଡପ ଆଜି ମୂର୍ତ୍ତି ବିସର୍ଜନ କରିବେ ।

BHADRAK BHASANIଭସାଣି ପାଇଁ କଟକର ବିଭିନ୍ନ ସ୍ଥାନରେ ୧୪ଟି ଅସ୍ଥାୟୀ ପୋଖରୀ ନିର୍ମାଣ କରିଛି ପ୍ରଶାସନ । ସକାଳ ୧୦ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମୂର୍ତ୍ତି ବିସର୍ଜନ ସମୟ ରଖିଛି ପ୍ରଶାସନ । କଟକ ଦୁର୍ଗାପୂଜାର ମୁଖ୍ୟ ଆକର୍ଷଣ କୁହାଯାଉଥିବା ଭସାଣକୁ ଫିକା କରିଛି କରୋନା । ସାହି ପରିକ୍ରମାକୁ ଅନୁମତି ଦେଇନାହିଁ କମିଶନରେଟ ପୋଲିସ । ଶାନ୍ତିଶୃଙ୍ଖଳାର ସହ ଭସାଣ ଶେଷ କରିବାକୁ ୨୪ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି । ବର୍ଷ ବର୍ଷ ଧରି ମାଙ୍କୁ ଦର୍ଶନ କରୁଥିବା ଭକ୍ତମାନଙ୍କୁ ପୁଣି ଏକ ବର୍ଷ ଅପେକ୍ଷା କରିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.