ବିଶ୍ୱବିଦ୍ୟାଳୟରେ ପରିଣତ ହେଲା ମଧୁସୂଦନ ଆଇନ ମହାବିଦ୍ୟାଳୟ, ଡ.କମଲଜିତ ସିଂ ପ୍ରଥମ କୁଳପତି

କଟକ: କଟକ ସ୍ଥିତ ମଧୁସୂଦନ ଆଇନ ମହାବିଦ୍ୟାଳୟ ଆଜି ଠାରୁ ବିଧିବଦ୍ଧ ଭାବେ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଛି। ଏପ୍ରିଲ ୨୮ ତାରିଖ ମଧୁସୂଦନ ଦାସଙ୍କ ୧୭୪ତମ ଜୟନ୍ତୀ ପାଳିତ ହେଉଥିବା ବେଳେ ଆଜିଠାରୁ ରାଜ୍ଯର ଏହି ସର୍ବପୁରାତନ ଆଇନ କଲେଜ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଛି। ପ୍ରଫେସର ଡକ୍ଟର କମଲଜିତ ସିଂ ଏହି ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି।

ଗତବର୍ଷ ଜୁନ ୧୧ ତାରିଖରେ ରାଜ୍ଯର ଏହି ସର୍ବ ପୁରାତନ ଆଇନ କଲେଜକୁ ବିଶ୍ୱବିଦ୍ୟାଳୟ କରିବାକୁ ଘୋଷଣା କରାଯାଇଥିଲା। କିନ୍ତୁ ବିଭିନ୍ନ କାରଣରୁ ଏହା କାର୍ଯ୍ଯକାରୀ କରିବାରେ ବିଳମ୍ବ ହୋଇଥିଲା। ରାଜ୍ଯର ସମସ୍ତ ସରକାରୀ ଓ ବେସରକାରୀ ଆଇନ କଲେଜ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଅଧୀନରେ ରହିବେ ବୋଲି ସରକାରଙ୍କ ପ୍ରକାଶିତ ବିଜ୍ଞପ୍ତିରେ ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.