Below header

କରୋନା ସତର୍କତା: ହାତରେ ଝାଡୁ ଧରି ରାସ୍ତା ସଫେଇ କଲେ ‘ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଂଘ’

ମୋହନା: ସାରା ବିଶ୍ୱରେ ବର୍ତ୍ତମାନ କରୋନା ମହାମାରୀ ର ଭୟ, ଦିନକୁ ଦିନ ଏହି ମହାମାରୀ ତାର କାୟା ବିସ୍ତାର କରିଚାଲିଥିବା ବେଳେ ଏହାର ସଂକ୍ରମଣରୁ ବଞ୍ଚିବା ପାଇଁ ସାରା ଦେଶକୁ ଲକଡାଉନ ଘୋଷଣା କରିଛନ୍ତି ସରକାର, ଏହି ସମୟରେ ସେବାର ପ୍ରକୃତ ନମୁନା ପ୍ରଦର୍ଶନ କରିଛନ୍ତି ମୋହନା ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଂଘ ର ସଦସ୍ୟ ମାନେ, ପ୍ରଶାସନର ଅନୁମତି ନେଇ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପିନ୍ଧି ହାତରେ ଝାଡୁ ଧରି ସହରର ଗଳିକନ୍ଦି ସଫା କରିଛନ୍ତି l ଏହା ସହ ସହର ର ବିଭିନ୍ନ ସାହିର ପ୍ରବେଶ ପଥକୁ ବାଡ଼ କରି ବନ୍ଦ କରିଦିଆଯାଇଛି l

saphei

ବର୍ତ୍ତମାନ ପରିବେଶକୁ ସଫା ରଖି ଏବଂ ଘରେ ରହି କରୋନା କୁ ହାରାଯାଇପାରିବ ବୋଲି ସେମାନେ କହିଛନ୍ତି l ଯୁବକଙ୍କ ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି l ଅନ୍ୟପଟେ ଗଜପତି ଏସ୍ପି ସାରା ଶର୍ମା, ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀ ଏବଂ ଥାନା ଅଧିକାରୀ ସୁଜିତ ନାୟକ ମଧ୍ୟ ଉଚ୍ଚ ପ୍ରଶଂସା କରିଛନ୍ତି l ଆଗକୁ ମଧ୍ୟ ଏଭଳି ସେବା କାର୍ଯ୍ୟ ଜାରି ରହିବ ବୋଲି ସଂଘ ସଭାପତି ଅଜିତ କୁମାର ପତ୍ର ଏବଂ ସମ୍ପାଦକ ଜିତେନ୍ଦ୍ର କୁମାର ବେହେରା କହିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.