Below header

ଉହାନ ସହରରୁ ଫେରୁଛନ୍ତି ମେଡିକାଲ ଷ୍ଟାଫ, ଖୁସି ହୋଇ ସ୍ୱାସ୍ଥ୍ୟକର୍ମିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଉଛନ୍ତି ଲୋକେ

ସାରା ଦୁନିଆରେ ହାହାକାର ସୃଷ୍ଟି କରିଛି କରୋନା ଭାଇରସ । ହଜାର ହଜାର ଲୋକଙ୍କୁ ବିପଦ ମୁଁହକୁ ଠେଲିଦେଇଥିବା ଚୀନର ଉହାନ ସହର ବର୍ତ୍ତମାନ ବିପଦମୁକ୍ତ । ଦୀର୍ଘ ତିନିମାସ ଧରି ସେଠାରେ ଲକଡାଉନ ଜାରୀ ହେବା ଏବଂ ସ୍ୱାସ୍ଥ୍ୟକର୍ମିଙ୍କ ଉଦ୍ୟମ ପରେ ଉହାନରୁ କରୋନା ଉଭେଇ ଯାଇଛି । ସ୍ଥିତିରେ ସୁଧାର ଆସିବା ପରେ ପ୍ରଥମେ ସେହି ସ୍ଥାନରୁ ଲକଡାଉନକୁ ପ୍ରତ୍ୟାହାର କରି ନିଆଗଲା । ହେଲେ ସ୍ବାସ୍ଥ୍ୟକର୍ମୀଙ୍କୁ ନିୟୋଜିତ ରଖା ଯାଇଥିଲା । ହେଲେ ଆଉ ନୂଆ ରୋଗୀ ନ ଆସିବା ପରେ ଶେଷରେ ସ୍ବାସ୍ଥ୍ୟ କର୍ମିଙ୍କୁ ମଧ୍ୟ ସରକାର ପ୍ରତ୍ୟାହାର କରିନେଲେ।

ସୂଚନା ଅନୁଯାୟୀ ଚୀନର ଏହି ସହରରେ କରୋନା ଭାଇରସକୁ ଠାବ କରାଗଲା ପରେ ସାରା ବିଶ୍ବ ଆଶ୍ଚର୍ଯ୍ୟ ହୋଇଯାଇହିଲା । କାରଣ ଚୀନର ଏହି ସହରରେ ସାରା ବିଶ୍ବର ଲୋକ ଯାତାୟତ କରିଥାନ୍ତି । ଚାହୁଁ ଚାହୁଁ ସାରା ବିଶ୍ବକୁ ଏହି ଭାଇରସ ବ୍ୟାପିବାରେ ଲାଗିଲା । ଧିରେଧିରେ ଆକ୍ରନ୍ତଙ୍କ ସଂଖ୍ୟା ମଧ୍ୟ ହୁ ହୁ ହୋଇ ବଢିଚାଲିଲା । ଚୀନର ଏହି ଉହାନ ସହରରେ ସବୁଠାରୁ ବିପଦଜନକ ପରିସ୍ଥିତି ସୃଷ୍ଟି ହେଲା ।

 

ମାରାତ୍ମକ କରୋନା ଭାଇରସ ପ୍ରଥମେ ଏହି ସହରରେ ହିଁ ଚିହ୍ନଟ କରାଯାଇଥିଲେ । ଫଳରେ ଚୀନ ସରକାର ତାଙ୍କ ଦେଶର ବିଭିନ୍ନ ସ୍ଥାନରୁ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମିଙ୍କୁ ଆଣି ଏହି ସହରରେ ନିୟୋଜିତ କରାଇଥିଲେ । ମାସ ମାସ ଧରି ଏହି ସ୍ବାସ୍ଥ୍ୟକର୍ମିଙ୍କ ଚେଷ୍ଟା ଫଳରେ କରୋନା ସେଠାରୁ ବିତାଡିତ ହୋଇପାରିଛି । ବର୍ତ୍ତମାନ ଏହି କର୍ମିମାନେ ନିଜ ନିଜ ଘରକୁ ଫେରିବା ପରେ ବିଭିନ୍ନ ସ୍ଥାନରେ ସେମାନଙ୍କୁ ସ୍ବାଗତ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.