ୟୁଜବେନ୍ଦ୍ର ଚହଲ ଦେଲେ Good News, କିନ୍ତୁ ପୁଅକୁ ପିଟିବା ପାଇଁ ଗୋଡ଼ାଇଲେ ବାପା, ଭାଇରଲ ହେଉଛି ଏହି ଭିଡିଓ

ଭାରତୀୟ ଟିମର ସବୁଠାରୁ ନଟଖଟିଆ ଖେଳାଳି ୟୁଜବେନ୍ଦ୍ର ଚହଲ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାଆନ୍ତି । ଏବେ ସେ ନିଜ ବାପାଙ୍କ ସହ ଏକ ଟିକଟକ ଭିଡିଓ ବନାଇଛନ୍ତି, ଯାହାକି ଖୁବ ଭାଇରଲ ହେଉଛି । ଭିଡିଓରେ ବାପା ପୁଅ ଦୁହେଁ ଡ୍ୟାନ୍ସ କରୁଥିବା ନଜର ଆସୁଛନ୍ତି । ୟୁଜବେନ୍ଦ୍ର ଡ୍ୟାନ୍ସ କରି ବାପାଙ୍କୁ ଏକ ଭଲ ଓ ଏକ ଖରାପ ଖବର ଶୁଣାଉଛନ୍ତି ।

ଚହଲଙ୍କୁ ବାପା ପଚାରୁଛନ୍ତି, ପୁଅ ତୋ ରେଜଲ୍ଟ କଣ ହେଲା । ଏଥିରେ ଚହଲ ଏକ ଭଲ ଓ ଏକ ଖରାପ ଖବର ଥିବା କହୁଛନ୍ତି । ଭଲ ଖବର ପଚାରିବାରୁ, ବାପା ମୁଁ ପାସ ହୋଇଯାଇଛି ବୋଲି ଚହଲ କହୁଛନ୍ତି । ଏହା ଶୁଣି ବାପା ଖୁସି ହୋଇଯାଉଛନ୍ତି ଏବଂ ଭଲ ଖବର ଶୁଣାଇବାକୁ କହୁଛନ୍ତି। ଏହାପରେ ପୁଅ ୟୁଜବେନ୍ଦ୍ର କହୁଛନ୍ତି, ଭଲ ଖବର ମିଛ ଅଟେ । ଏହା ଶୁଣି ବାପା ୟୁଜବେନ୍ଦ୍ରଙ୍କୁ ପିଟିବା ପାଇଁ ଗୋଡ଼ାଉଛନ୍ତି । ଭିଡ଼ିଓଟିକୁ ଫ୍ୟାନମାନେ ଖୁବ ପସନ୍ଦ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.