ଶିଳ୍ପପତି ମହିମା ମିଶ୍ରଙ୍କୁ ସୁପ୍ରିମ୍‌ ଝଟ୍‌କା, ମିଳିବନି ଜାମିନ୍

ଭୁବନେଶ୍ବର (କେନ୍ଯୁଜ୍): ମହିମା ମିଶ୍ରଙ୍କ ଜାମିନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଓଡ଼ିଶା ହାଇକୋର୍ଟ ମହିମା ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ । ମହିମା ମିଶ୍ରଙ୍କୁ ଜାମିନ ପ୍ରଦାନ ନେଇ ଓଡିଶା ହାଇକୋର୍ଟ ଦେଇଥିବା ରାୟକୁ ଓଡିଶା ସରକାର ସୁପ୍ରିମକୋର୍ଟରେ ଚାଲେଂଜ କରିଥିଲେ । ସୁପ୍ରିମକୋର୍ଟର ଜଷ୍ଟିସ ଏଲ୍‌. ନାଗେଶ୍ୱର ରାଓ ଓ ଜଷ୍ଟିସ ଏସ୍‌. ମୋହନଙ୍କୁ ନେଇ ଗଠିତ ଦୁଇ ଜଣିଆ ଖଣ୍ଡପିଠ ଓଡିଶା ହାଇକୋର୍ଟଙ୍କ ରାୟକୁ ଖାରଜ କରିଦେଇଛନ୍ତି । ପୂର୍ବରୁ ମଧ୍ୟ ଓଡିଶା ସରକାର ମହିମାଙ୍କୁ ଜାମିନ ନ ଦେବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଜାମିନ ମିଳିଲେ, ମହିମା ମିଶ୍ର ସାକ୍ଷୀଙ୍କୁ ପ୍ରଭାବିତ କରିବେ ବୋଲି କୋର୍ଟଙ୍କୁ ଅବଗତ କରାଇଥିଲେ ଓଡ଼ିଶା ସରକାର ।

Mahimananda-L-IE

କଟକ ପ୍ରେସ ଛକରେ ଓକିଲ ଅଭୟ ଭଟ୍ଟଙ୍କ ଉପରକୁ ବୋମା ମାଡ ମାମଲାରେ ମହିମା ମିଶ୍ରଙ୍କୁ ହାଇକୋର୍ଟ ଦୁଇ ଜାମିନଦାରଙ୍କ ସହାୟତାରେ ଏକ ଲକ୍ଷ ଟଙ୍କା ଲେଖାଏଁ ମୁଚାଲିକାରେ ଜାମିନ ପ୍ରଦାନ କରିଥିଲେ । ୨୦୧୩ ସେପ୍ଟେମ୍ବର ୨୧ରେ କଟକ ମଧୁପାଟଣା ପ୍ରେସ ଛକଠାରେ ଓକିଲ ଅଭୟ ଭଟ୍ଟଙ୍କ ଉପରକୁ ବୋମାମାଡ ହୋଇଥିଲା । ୭୨ ଲକ୍ଷ ଟଙ୍କାର ଏକ ଜମି ବିବାଦକୁ ନେଇ ଏହି କାଣ୍ଡ ଘଟିଥିଲା । ଗଣେଶ ସାହୁ ନାମକ ଜଣେ ଆସାମୀଙ୍କୁ ପୋଲିସ ଏହି ମାମଲାରେ ଗିରଫ କରି ପଚରାଉଚୁରା କରିଥିଲା ।

ଏହି ଘଟଣା ପଛରେ ମହିମା ମିଶ୍ରଙ୍କ ହାତ ଥିବା ସେ ପୋଲିସକୁ କହିଥିଲା । ଏହି ମାମଲାରେ ମହିମା ମିଶ୍ରଙ୍କୁ ପୋଲିସ ଗିରଫ କରିଥିଲା। ସେହିପରି ୨୦୧୬ ଅକ୍ଟୋବର ୨୬ ତାରିଖରେ ପାରଦୀପରେ ସିୱେଜ ସିପିଂ କଂପାନୀ ମ୍ୟାନେଜର ମହେନ୍ଦ୍ର ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ମଧ୍ୟ କୋର୍ଟ ମହିମାଙ୍କୁ ଜାମିନ ମିଳିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.