ମହୁଲର ମହକରେ ମାଲାମାଲ ଦଲାଲ, ଆଦିବାସୀଙ୍କୁ ମିଳୁନି ପ୍ରକୃତ ମୂଲ

ବଲାଙ୍ଗିର(କେନ୍ୟୁଜ): ମହୁଲ ଫୁଲ । ଦେଖିବାକୁ ଯେମିତି ସୁନ୍ଦର, ତା’ର ବାସ୍ନା ବି ସେମିତି ମନମୁଗ୍ଧକର । ଆଉ ସଂଗ୍ରହକାରୀ ବି ଦୁଇ ପଇସା ଉପାର୍ଜନ କରି ବେସ ଖୁସି । ହେଲେ ଉପଯୁକ୍ତ ମୂଲ୍ୟ ନିର୍ଦ୍ଧାରଣ ହେଉ ନଥିବାରୁ ଅସାଧୁ ଉପାୟ ଅବଲମ୍ବ କରୁଛନ୍ତି ବ୍ୟବସାୟୀ।

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡରେ ଲଘୁ ବନଜାତ ଦ୍ରବ୍ୟ ଲୋକଙ୍କ ଜୀବନ ଜୀବିକା ଉପରେ ବେଶ ପ୍ରଭାବ ପକାଇଥାଏ। ଲଘୁ ବନଜାତ ଦ୍ରବ୍ୟ ମଧ୍ୟରେ ମହୁଲ ଅନ୍ୟତମ । ବସନ୍ତ ଋତୁରେ ମହୁଲ ଗଛରୁ ପତ୍ର ଝଡିବା ପରେ ମହୁଲ କଢ ଆସିବା ଓ ତା ପରେ ମହୁଲ ପଡ଼ିବା ଆରମ୍ଭ ହୋଇଥାଏ । ଯହାର ମହକ ଆକର୍ଷିତ କରିଥାଏ ଅଞ୍ଚଳବାସୀଙ୍କୁ । ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ମହୁଲ ସଂଗ୍ରହ ପାଇଁ ପିଲାଠୁ ବୁଢ଼ା ବାହାରି ଯାଆନ୍ତି । ଫେରିଲା ପରେ ମହୁଲକୁ ସଫା ଜାଗାରେ ଖରାରେ ୪ରୁ ୫ ଦିନ ଶୁଖାଇ ଘରେ ସାଇତି ରଖନ୍ତି ।

ଆଗରୁ ବନବିଭାଗ ମହୁଲର ମୂଲ୍ୟ ଧାର୍ଯ୍ୟ କରୁଥିଲେ । କିନ୍ତୁ ୨୦୧୧ରୁ ଲୋକଙ୍କ ସୁବିଧା ପାଇଁ ଗ୍ରାମପଞ୍ଚାୟତକୁ ସରକାର ଦାଇତ୍ୱ ଦେଇଛନ୍ତି । ହେଲେ ଗ୍ରାମପଞ୍ଚାୟତ କୌଣସି ମୂଲ୍ୟ ଧାର୍ଯ୍ୟ କରୁନଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା । ତେଣୁ ଅସାଧୁ ବ୍ୟବସାୟୀମାନେ ମନଇଛା ଦରକରି ମହୁଲ କିଣୁଥିବାରୁ ଲୋକଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.