Below header

ମୟୁରଭଞ୍ଜ: ଚୋରା ମହୁଲି ମଦ ତିଆରି ସ୍ଥାନରେ ଅବକାରୀ ବିଭାଗର ଚଢାଉ, ପୋଚ ଓ ମଦ ସହ ଜଣେ ମହିଳା ଗିରଫ

କରଞ୍ଜିଆ(କେନ୍ୟୁଜ୍): ଚୋରା ମହୁଲି ମଦ ତିଆରି ସ୍ଥାନରେ ଅବକାରୀ ବିଭାଗର ଚଢାଉ। ୯ ଲିଟର ମହୁଲି ମଦ ଜବତ ସହ ମହିଳା ଗିରଫ। ମିଳିଥିବା ସୂଚନା ମୁତାବକ ଠାକୁରମୁଣ୍ଡା ଅବକାରୀ ବିଭାଗ ସୋମବାର ଦିନ କୌଣସି ସୂତ୍ରରୁ ଖବର ପାଇ ମହୁଲି ମଦ ପ୍ରସ୍ତୁତି ଚାଲିଥିବା ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଚଢାଉ ବେଳେ ଜଣେ ମହିଳାଙ୍କୁ  ଗିରଫ କରିବା ସହ ତାଙ୍କ ନିକଟରୁ ୯ ଲିଟର ମହୁଲୀ ଜବତ କରିଥିଲେ।  ଗିରଫ ମହିଳା ଜଣକ ମହୁଲଡିହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜମୁନାଳିଆ ଗ୍ରାମର ଲକ୍ଷ୍ମଣ ହାଁସଦାଙ୍କ ସ୍ତ୍ରୀ ସାବିତ୍ରୀ ବୋଲି ଜଣାପଡ଼ିଛି।

ସେହିପରି କେନ୍ଦୁଜିଆଣି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଅସନବଣି ଗ୍ରାମ ନିକଟବର୍ତ୍ତୀ ଏକ ସ୍ଥାନରେ ମହୁଲି ମଦ ପ୍ରସ୍ତୁତି କରୁଥିବା ବେଳେ ଅବକାରୀ ବିଭାଗର କର୍ମଚାରୀ ମାନେ ଚଢ଼ାଉ କରିଥିଲେ । ସେଠାରେ ବିଭାଗ କର୍ମଚାରୀମାନେ ୫୦୦ କେଜି ପଚକୁ ନଷ୍ଟ କରିବା ସହ ମଦ ପ୍ରସ୍ତୁତି ଚୁଲାକୁ ଭାଙ୍ଗି ଦେଇଥିଲେ। ମଦ ବ୍ୟବହୃତ  ସାମଗ୍ରୀକୁ ଜବତ କରିଥିଲେ।ତେବେ ବିଭାଗ କର୍ମଚାରୀଙ୍କୁ ଦେଖି ଘଟଣାସ୍ଥଳରୁ ବୋପାରୀମାନେ ଫେରାର ହୋଇଯାଇଥିବାର ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.