Below header

କାଲି ମାରିଥିଲେ ଆଜି ବନ୍ଧା ହେଲେ: ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଯାଜପୁର ଟାଉନ(କେନ୍ୟୁଜ୍):  ଯାଜପୁର ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଅଭିଯୁକ୍ତ ରାକେଶ ମଳିକ ଗିରଫ । ରାକେଶ ସହ ୧୧ଜଣଙ୍କୁ ମଧ୍ୟ ଗିରଫ କରିଛି ଯାଜପୁର ପୋଲିସ। ସେମାନଙ୍କ ମଧ୍ୟରୁ ୬ଜଣ ମହିଳା ଓ ୫ ପୁରୁଷ ଅଛନ୍ତି। ଏକାଧିକ ଆକ୍ରମଣକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । କେନ୍ଦ୍ରାଞ୍ଚଳ ପୋଲିସ ଆଇଜି ନରସିଂହ ଭୋଳ ଓ ଯାଜପୁର ଏସପି ରାହୁଳ ପିଆର ବିଞ୍ଝାରପୁର ଗସ୍ତ କରି ପରିସ୍ଥିିତିର ସମୀକ୍ଷା କରିଛନ୍ତି । ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କହିିଛି ।

jajpuir case

ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନର ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଥିଲା । ଭୋଟ୍‌ ବାକ୍ସ ଉଠାଇ ପୋଖରୀରେ ଫିଙ୍ଗି ଦେଉଥିଲେ ଦୁର୍ବୃତ୍ତ । ଭିଡିଓ କରିବାରୁ ସାମ୍ବାଦିକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ମାଡ଼ ମାରି ଲହୁଲୁହାଣ କରିଥିଲେ ଦୁର୍ବୃତ୍ତ । ଏଥିରେ ଆହତ ହୋଇଛନ୍ତି ବୈଦ୍ୟୁତିକ ଗଣମାଧ୍ୟମର ୪ ଜଣ ସାମ୍ବାଦିକ । ଜିଲ୍ଲାରେ ନିର୍ବାଚନୀ ହିଂସା ଘଟଣାରେ ମୋଟ୍‌ ୪୨ ଜଣଙ୍କୁ ଗିରଫ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.