ଖୁବଶୀଘ୍ର ରାଜ୍ୟରେ ହୋଇପାରେ ବରିଷ୍ଠ ଆଇଏଏସ୍‌ ସ୍ତରରେ ଅଦଳବଦଳ

ଖୁବଶୀଘ୍ର ରାଜ୍ୟରେ ବରିଷ୍ଠ ଆଇଏଏସ୍‌ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ ହୋଇପାରେ । ପ୍ରଦୀପ ଜେନା ମୁଖ୍ୟ ସଚିବ ଓ ଅନୁ ଗର୍ଗ ଉନ୍ନୟନ କମିଶନର ନିଯୁକ୍ତ ହେବା ପରେ ଏହି ସମ୍ଭାବନା ବଢ଼ିଛି । ପ୍ରଦୀପ ଜେନା ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର ଓ ସ୍ୱତନ୍ତ୍ର ରିଲିଫ କମିଶନର ଥିଲେ । ତାଙ୍କ ସ୍ଥାନରେ କାହାକୁ ମିଳିବ ସ୍ୱତନ୍ତ୍ର ରିଲିଫ କମିଶନର ଦାୟିତ୍ୱ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ଖୁବଶୀଘ୍ର ରାଜ୍ୟରେ ବରିଷ୍ଠ ଆଇଏଏସ୍‌ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ ହୋଇପାରେ । ପ୍ରଦୀପ ଜେନା ମୁଖ୍ୟ ସଚିବ ଓ ଅନୁ ଗର୍ଗ ଉନ୍ନୟନ କମିଶନର ନିଯୁକ୍ତ ହେବା ପରେ ଏହି ସମ୍ଭାବନା ବଢ଼ିଛି । ପ୍ରଦୀପ ଜେନା ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର ଓ ସ୍ୱତନ୍ତ୍ର ରିଲିଫ କମିଶନର ଥିଲେ । ତାଙ୍କ ସ୍ଥାନରେ କାହାକୁ ମିଳିବ ସ୍ୱତନ୍ତ୍ର ରିଲିଫ କମିଶନର ଦାୟିତ୍ୱ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।

କାରଣ ବିପର୍ଯ୍ୟୟ ମୁକାବିଲା ସବୁବେଳେ ଓଡ଼ିଶା ପାଇଁ ଚ୍ୟାଲେଞ୍ଜିଂ ହୋଇ ଆସିଛି । ଏଥିପାଇଁ ରାଜ୍ୟ ବଜେଟରେ ଅଧିକ ବ୍ୟୟବରାଦ ବି କରିଛନ୍ତି ସରକାର । ଏସଆରସି ଥିବା ସମୟରେ ବିପର୍ଯ୍ୟୟ ମୁକାବିଲାରେ ପ୍ରଦୀପ ଜେନାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେହିପରି ନୂଆ ଉନ୍ନୟନ କମିଶଚ଼ର ହୋଇଛନ୍ତି ବରିଷ୍ଠ ଆଇଏଏସ୍‌ ଅଫିସର ଅନୁ ଗର୍ଗ ।

ସେ ଜଳସମ୍ପଦ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ବି ଅଛନ୍ତି । ସେ ଦୁଇଟି ଦାୟିତ୍ୱ ତୁଲାଇବେ ନା ସମ୍ଭାବ୍ୟ ଅଦଳବଦଳରେ ଜଳସମ୍ପଦ ବିଭାଗ ଦାୟିତ୍ୱ ଆଉ କାହାକୁ ମିଳିବ ଚର୍ଚ୍ଚା ହେଉଛି । ଅନ୍ୟପଟେ ଆସନ୍ତା ମାର୍ଚ୍ଚ ମାସରେ ଦୁଇ ଜଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ର‍୍ୟାଙ୍କର ଦୁଇ ଜଣ ଆଇଏଏସ୍‌ ଅଫିସର ଅସବର ନେଉଛନ୍ତି । ମୋନା ଶର୍ମା ଓ ଡକ୍ଚର ନିକୁଞ୍ଜ ସୁନ୍ଦରାୟ ଅବସର ନେବେ ।

ଏମାନଙ୍କ ସ୍ଥାନକୁ ଦୁଇ ଜଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ର‍୍ୟାଙ୍କକୁ ଉନ୍ନୀତ ହେବେ । ତେଣୁ ଖୁବଶୀଘ୍ର ବରିଷ୍ଠ ଆଇଏଏସ୍‌ସ୍ତରରେ ଗୁରୁତ୍ୱପୂର୍ଣ୍ଣ ଅଦଳବଦଳ ସମ୍ଭାବନା ରହିଛି । ତେବେ ସରକାର ଏପ୍ରିଲ ଯାଏ ଅପେକ୍ଷା କରିବେ ନା ତ୍ୱରିତ କୌଣସି ନିଷ୍ପତ୍ତି ନେବେ ତାକୁ ଅପେକ୍ଷା ରହିଛି । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.