Below header

ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଉଦ୍ୟୋଗପତିଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ : ଆସନ୍ତା ୮ ତାରିଖରେ ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌- ୨୦୧୮ ପାଇଁ ପ୍ରଚାର ଆରମ୍ଭ ହୋଇଛି । ଶିଳ୍ପପତିଙ୍କୁ ଆକୃଷ୍ଟ କରିବା ପାଇଁ ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୮ ତାରିଖରେ ବିଭିନ୍ନ କମ୍ପାନୀ ଓ ଶିଳ୍ପପତିମାନଙ୍କ ସହ ଆଲୋଚନା କରିବେ ।  ଓଡ଼ିଶାରେ ବ୍ୟବସାୟ ପାଇଁ ଥିବା ସୁବିଧା ସୁଯୋଗ ସଂପର୍କରେ ଅବଗତ କରାଇବେ ।

ଉଚ୍ଚସ୍ତରୀୟ ପ୍ରତିନିଧି ମଣ୍ଡଳ ସହ ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ । ସେଠାରେ ବିଭିନ୍ନ ଇଣ୍ଡଷ୍ଟ୍ରି କ୍ୟାପଟେନଙ୍କ ସହ କଥା ହେବେ । ରତନ ଟାଟା, ଅନିଲ ଅଗ୍ରୱାଲ ଓ ସଜ୍ଜନ ଜିନ୍ଦଲଙ୍କ ଭଳି ଶିଳ୍ପପତିଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି । ନିବେଶ ସୁଯୋଗର ପ୍ରଚାର କରିବ ଓଡ଼ିଶା। ମାନୁଫ୍ୟାକ୍ଚରିଂ, ଫୁଡ୍‌ ପ୍ରୋସେସିଂ, ଟେକ୍ସଟାଇଲ, ଆଲୁମିନିୟମ ଓ ପ୍ଲାଷ୍ଟିକ ଶିଳ୍ପ ପାଇଁ ଓଡ଼ିଶାରେ କ’ଣ କ’ଣ ସୁଯୋଗ ରହିଛି? ଶିଳ୍ପପତି ଓ ଷ୍ଟାର୍ଟ ଅପ୍‌ କଂପାନୀଙ୍କୁ ଅବଗତ କରାଯିବ । ୨୦୧୬ ମେକ୍‌ ଇନ୍‌ ଓଡ଼ିଶା ପୂର୍ବରୁ ମଧ୍ୟ ଓଡ଼ିଶା ଦେଶର ବିଭିନ୍ନ ସହରରେ ନିଜ ସୁଯୋଗର ସୋ’ ପେସ୍‌ କରିଥିଲା। ଏହା ପୁର୍ବରୁ ସଫଳ ହୋଇଥିଲା ମେକ୍‌ ଇନ୍‌ ଓଡ଼ିଶାର ପ୍ରଥମ ସଂସ୍କରଣ।

୨୦୧୬ରେ ଇଣ୍ଡଷ୍ଟ୍ରି ପାର୍ଟନର ଥିବା ସିଆଇଇ ୨୦୧୮ ଆୟୋଜନରୁ ଓହରିଯାଇଛି । CII ଏକଜିଟ୍‌ ପରେ ଏଣ୍ଟ୍ରି ମାରିଛି ଫେଡେରେସନ ଅଫ ଇଣ୍ଡିଆନ ଚ୍ୟାମ୍ବର୍ସ ଅଫ କମର୍ସ ଏଣ୍ଡ ଇଣ୍ଡଷ୍ଟ୍ର୍ଜ FICCI । ମେକ୍‌ ଇନ୍‌ ଓଡ଼ିଶା ଆୟୋଜନଠାରୁ ଏହାର ପ୍ରଚାର ପ୍ରସାରରେ ଫିକି ସାହାଯ୍ୟ କରିବ ।

ମେକ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ ଆୟୋଜନରୁ ସିଆଇଆଇ ଓହରିବା ନେଇ ବିବାଦ ଦେଖା ଦେଇଥିଲା। ସିଆଇଆଇ ଓହରିବା ପଛରେ ଏହାର ପୂର୍ବାଞ୍ଚଳ ଜୋନ୍‌ର ଅଧ୍ୟକ୍ଷା ଜଗି ମଙ୍ଗତ ପଣ୍ଡାଙ୍କ ହାତ ଥିବା ନେଇ ଅଭିଯୋଗ ହୋଇଥିଲା। ତେବେ ଏହାକୁ ଜମି ଖଣ୍ଡନମଙ୍ଗତ କରିଥିଲେ । ଆସନ୍ତା ନଭେମ୍ବର ୧୧ରୁ ୧୫ ତାରିଖ ମଧ୍ୟରେ ଆୟୋଜନ ହେବ ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.